ETV Bharat / bharat

‘ମିଶନ ଶକ୍ତି’କୁ ନେଇ ଅଡୁଆରେ ପିଏମ, ଜବାବ ମାଗିଲେ ନିର୍ବାଚନ ଆୟୋଗ

ରାଷ୍ଟ୍ର ନାମରେ ସମ୍ବୋଧନ କରି ସିଧାସଳଖ ନିର୍ବାଚନୀ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରିଛନ୍ତି ପିଏମ । ଏନେଇ ନିର୍ବାଚନ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସିପିଏମ ନେତା ସୀତାରାମ ୟେଚୁରୀ । ଏହି ଅଭିଯୋଗ ପରେ ନିର୍ବାଚନ ଆୟୋଗ କେନ୍ଦ୍ର ସରକାରଙ୍କ ଠୁ ପିଏମ ମୋଦିଙ୍କ ଭାଷଣର କପି ବା ଭିଡିଓ ମାଗିଛି ।

ଫାଇଲ ଫଟୋ
author img

By

Published : Mar 27, 2019, 9:30 PM IST

ନୂଆଦିଲ୍ଲୀ: ମିଶନ ଶକ୍ତିକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ରାଷ୍ଟ୍ର ନାଁରେ ସମ୍ବୋଧନ ମାମଲା ବର୍ତ୍ତମାନ ନିର୍ବାଚନ ଆୟୋଗଙ୍କ ନିକଟରେ ପହଞ୍ଚିଛି । ବିଭିନ୍ନ ରାଜନୈତିକ ଦଳ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ରାଷ୍ଟ୍ର ନାଁରେ ସମ୍ବୋଧନକୁ କରିଛନ୍ତି କଡା ବିରୋଧ । କେଉଁ କାରଣରୁନିର୍ବାଚନ ଆୟୋଗ ପିଏମକୁ ଏହି ଘୋଷଣା କରିବା ପାଇଁ ଅନୁମତି ଦେଇଛି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । ଏହା ବିରୁଦ୍ଧରେମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି(ସିପିଏମ)ର ନେତା ସୀତାରାମ ୟେଚୁରୀ ନିର୍ବାଚନ ଆୟୋଗକୁ ଚିଠି ଲେଖିଛନ୍ତି ।

ଚିଠିରେ ଉଲ୍ଲେଖ କରାଯାଇଛି ଯେ ଏହା ସିଧାସଳଖ ନିର୍ବାଚନୀ ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ । ତାଙ୍କର ଏହି ଅଭିଯୋଗ ପରେ ନିର୍ବାଚନ ଆୟୋଗ କେନ୍ଦ୍ର ସରକାରଙ୍କ ଠୁ ପିଏମ ମୋଦିଙ୍କ ଭାଷଣର କପି ବା ଭିଡିଓ ମାଗିଛି ।ସେ ନିଜ ଚିଠିରେ ଲେଖିଛନ୍ତି ଯେ ଏହି ପ୍ରକାରର ମିଶନକୁ ନେଇ ସାଧାରଣତଃ ଦେଶର ପ୍ରତିରକ୍ଷା ଅନୁସଂଧ୍ୟାନ ଏବଂ ବିକାଶ ସଙ୍ଗଠନ(ଡିଆରଡିଓ) କହିଥାଏ ।

କିନ୍ତୁ ପ୍ରଥମ ଥର ପିଏମ ଏହାକୁ ନେଇ ରାଷ୍ଟ୍ର ନାଁରେ ସମ୍ବୋଧନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ସ୍ବଂୟ ଲୋକସଭା ନିର୍ବାଚନର ପ୍ରାର୍ଥୀ ଅଛନ୍ତି । ଏହି ପରିପେକ୍ଷୀରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ଅନୁମତି କିପରି ଦିଆଯାଇଛି ସେ ନେଇସୀତାରାମ ୟେଚୁରୀ କହିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.