ETV Bharat / bharat

ପିପିଇ କିଟ୍ ପିନ୍ଧି କୋରୋନା ଆକ୍ରାନ୍ତଙ୍କ ଠାରୁ ସୁନା ଲୁଟ, 3 ଗିରଫ - କୋଲକାତା ମେଡିକାଲ କଲେଜ

ପିପିଇର ଫାଇଦା ନେଇ ଦୁର୍ବୃତ୍ତଙ୍କ ସୁନା ଲୁଟ । କୋଲକାତା ମେଡିକାଲ କଲେଜର ଜଣେ କୋରୋନା ଆକ୍ରାନ୍ତଙ୍କ ଠାରୁ ସୁନା ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ପିପିଇ ପିନ୍ଧି କୋରୋନା ଆକ୍ରାନ୍ତଙ୍କ ଠାରୁ ସୁନା ଲୁଟ

author img

By

Published : Jul 31, 2020, 8:19 AM IST

କୋଲକାତା: କୋଭିଡ ହସ୍ପିଟାଲରୁ ଚୋରି । ପିପିଇ କିଟ୍ ପିନ୍ଧି କୋରୋନା ଆକ୍ରାନ୍ତଙ୍କ ଠାରୁ ସୁନା ଲୁଟି ନେଇଥିଲେ ଦୁର୍ବୃତ୍ତ । ଘଟଣାଟି କୋଲକାତା ମେଡିକାଲର ହୋଇଥିବାବେଳେ ହସ୍ପିଟାଲ କର୍ତ୍ତୃପକ୍ଷ ଏନେଇ ବଉବଜାର ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଘଟଣାର ପ୍ରାଥମିକ ଯାଞ୍ଚରେ 3 ଜଣକୁ ଗିରଫ କରିଛି ପୋଲିସ ।

କୋଲକାତା ମେଡିକାଲ କଲେଜର ସୁପର ସ୍ପେସିଆଲିଟି ବିଲ୍ଡିଂର ବସିରହାଟର ଜଣେ 48 ବର୍ଷ ବୟସ୍କା ମହିଳାଙ୍କୁ ଶଯ୍ୟା ନମ୍ବର 772 ରେ ଭର୍ତ୍ତି କରାଯାଇଥିଲା। ଏହି ସମୟରେ ଦୁଇ ଜଣକ ପିପିଇ କିଟ୍ ପିନ୍ଧି ଆସି ଆକ୍ରାନ୍ତଙ୍କ ଚେକ୍‌ ଅଫ କରିବା ବାହାନାରେ ତାଙ୍କ ଠାରୁ ସୁନା ଚେନ ଓ ମୁଦି ଛଡାଇ ନେଇ ଫେରାର ହୋଇଯାଇଥିଲେ । ଏହି ଘଟଣାଟିକୁ ନିଜ ଆଖିରେ ଦେଖିବା ଜଣେ ନର୍ସ ଚିତ୍କାର କରି ଚୋରକୁ ଧରିବାକୁ କହିଥିଲେ । ହେଲେ ସେତବେଳକୁ ଦୁର୍ବୃତ୍ତ ମାନେ ଫେରାର ହେଇଯାଇଥିଲେ ।

ଏହି ଘଟଣା ବିଷୟରେ ନର୍ସ ଜଣକ ସମ୍ପୂର୍ଣ୍ଣ ଘଟଣା ବିଷୟରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ପୀଡିତା ଜଣକ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ଡାକ୍ତରଖାନାର ଅଧୀକ୍ଷକ ଏହି ଘଟଣାକୁ ବଉବଜାର ପୋଲିସ ଷ୍ଟେସନକୁ ଜଣାଇଥିଲେ।

ପୋଲିସ ଘଟଣାର ତଦନ୍ତ ପାଇଁ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଏହାର ଆଧାରରେ ପ୍ରଥମେ ହସ୍ପିଟାଲରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଅଟକ ରଖିଥିଲା। ପରେ ପଚରାଉଚରା ବେଳେ ଅନ୍ୟ ଜଣଙ୍କ ନାମ ସାମ୍ନାକୁ ଆସିଥିଲା। ପୋଲିସ ତାଙ୍କୁ ଗିରଫ କରିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.