ଲକ୍ଷ୍ନୌ: ଉତ୍ତରପ୍ରଦେଶ ଚିତ୍ରକୁଟ ରାଜପୁର ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଘଟଣାରେ 21 ବର୍ଷିୟ ଯୁବକକୁ ଗିରଫ କଲା ପୋଲିସ । ସୋମବାର 14 ବର୍ଷର ନାବାଳିକା କ୍ଷେତକୁ ଏକାକୀ ଯାଉଥିର ଦେଖି ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ।
ପରେ ନାବାଳିକା ଜଣକ ଘରକୁ ଫେରି ପରିବାର ଲୋକଙ୍କୁ ଜଣାଇଥିଲେ । ପୀଡିତାଙ୍କ ପରିବାର ସଙ୍ଗେ ସଙ୍ଗେ ସ୍ଥାନୀୟ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଅଭିଯୁକ୍ତଙ୍କ ନାମରେ ପୋକ୍ସ ଅଧିନିୟମ ଅନୁଯାୟୀ ଏକ ମାମଲା ଦାୟର ହୋଇଛି ।
ଲକ ଡାଉନରେ ଘରୁ କେହି ବାହାରକୁ ଯାଉନଥିବାର ସୁଯୋଗ ନେଇ ଅଭିଯୁକ୍ତ ଏଭଳି କାଣ୍ଡ ଭିଆଇଥିବା କହିଛି ପୋଲିସ । କାରଣ ନାବାଳିକା ଜଣକ ଏକାକୀ ତାଙ୍କ କ୍ଷେତକୁ ଯାଉଥିବା ବେଳେ ତାଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇଥିବା ଏହି ଯୁବକ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ