ETV Bharat / bharat

12 ବର୍ଷର ନାବାଳିକାକୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ 6 ମାସରେ ଫାଶୀଖୁଣ୍ଟରେ ଝୁଲାଇବାକୁ ଦାବି

author img

By

Published : Aug 12, 2020, 9:55 PM IST

ପୀଡିତା ଏବେ ଏମ୍ସ ହସ୍ପିଟାଲରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି। ପୀଡିତାଙ୍କ ଡାକ୍ତରୀ ରିପୋର୍ଟରେ ମଧ୍ୟ ଦୁଷ୍କର୍ମ କଥା ସ୍ପଷ୍ଟ ଭାବରେ ଜଣାପଡୁଛି ।

12 ବର୍ଷର ନାବାଳିକା ସହ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ 6 ମାସ ମଧ୍ୟରେ ଫାସୀଖୁଣ୍ଟରେ ଝୁଲାଇବାକୁ ଦାବି

ନୂଆଦିଲ୍ଲୀ: ଦିଲ୍ଲୀର ପଶ୍ଚିମ ବିହାରରେ 12 ବର୍ଷର ନାବାଳିକା ସହ ହୋଇଥିବା ଦୁଷ୍କର୍ମ ମାମଲାକୁ ନେଇ ବିବାଦ ବଢିବାରେ ଲାଗିଛି । ପୋଲିସ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବହୁ ସମୟ ନେଉଥିବା ଦିଲ୍ଲୀ ମହିଳା ଆୟୋଗ ଅଭିଯୋଗ କରୁଛି । ଅନ୍ୟପକ୍ଷରେ ପୋଲିସ ଏହି ମାମଲାକୁ ହତ୍ୟା ଉଦ୍ୟମ ବୋଲି କହୁଛି । ଏହି ଘଟଣାରେ ପୋଲିସ ଦୁଷ୍କର୍ମ ସମ୍ପର୍କରେ ଖୋଲାଖୋଲି ଭାବେ କହୁନଥିବା ମହିଳା ଆୟୋଗ ପକ୍ଷରୁ ଅଭିଯୋଗ କରାଯାଇଛି ।

ଏନେଇ ଇଟିଭି ଭାରତ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିୱାଲଙ୍କ ସହ ଆଲୋଚନା କରିଛି । ଏନେଇ ସ୍ବାତୀ ମାଲିୱାଲ କହିଛନ୍ତି, ପୀଡିତା ଏବେ ଏମ୍ସ ହସ୍ପିଟାଲରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି। ପୀଡିତାଙ୍କ ଡାକ୍ତରୀ ରିପୋର୍ଟରେ ମଧ୍ୟ ଦୁଷ୍କର୍ମ କଥା ସ୍ପଷ୍ଟ ଭାବରେ ଜଣାପଡୁଛି । କିନ୍ତୁ ଦିଲ୍ଲୀ ପୋଲିସ ଏହାକୁ ଦୁଷ୍କର୍ମ ମାମଲା ବୋଲି ବିବେଚିତ କରୁନାହିଁ କି ଏହା ଉପରେ ଖୋଲାଖୋଲି ଭାବେ କହୁନାହିଁ ବୋଲି ସ୍ବାତୀ କହିଛନ୍ତି । ତେବେ ଶିଶୁର ଗୁପ୍ତାଙ୍ଗରେ ଗୁରୁତର ଆହତ ହୋଇଛି। ଯାହା ପରେ ଶିଶୁର ଅବସ୍ଥା ବହୁତ ଖରାପ ରହିଛି । କିନ୍ତୁ ଦିଲ୍ଲୀ ପୋଲିସ ଏଥିରେ ଖୋଲାଖୋଲି ଭାବେ କିଛି କହୁନାହିଁ ବୋଲି ସ୍ବାତୀ ଅଭିଯୋଗ କରିଛନ୍ତି ।

ତେବେ ଅଭିଯୁକ୍ତକୁ 6 ମାସ ମଧ୍ୟରେ ଫାଶୀଖୁଣ୍ଟରେ ଝୁଲାଇବାକୁ ଦାବି କରି ସ୍ବାତୀ କହିଛନ୍ତି, ମୁଁ ଏହି ମାମଲାରେ ଚାର୍ଜସିଟ ଦାଖଲ କରିବା ସମୟରେ ଯଥାଶୀଘ୍ର କାର୍ଯ୍ୟ କରିବାକୁ ଦିଲ୍ଲୀ ପୋଲିସକୁ ନିବେଦନ କରିଛି । ଅଭିଯୁକ୍ତକୁ 6 ମାସ ମଧ୍ୟରେ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ। ଯେତେବେଳେ ଜଣେ ମହିଳା ଦିଲ୍ଲୀ ମହିଳା ଆୟୋଗଙ୍କ ନିକଟରେ କୌଣସି ଅଭିଯୋଗ ନେଇ ଆସନ୍ତି ସେତେବେଳେ ଆମେ ପ୍ରଥମେ ମହିଳାଙ୍କ ଅଭିଯୋଗ ସମ୍ପର୍କରେ ଏଫଆଇଆର ଦାଖଲ କରିଥାଉ। ଯାହାଫଳରେ ସେ ସଠିକ ଉପାୟରେ ନ୍ୟାୟ ପାଇପାରିବେ । କିନ୍ତୁ ଅନେକ କ୍ଷେତ୍ରରେ ଦିଲ୍ଲୀ ପୋଲିସ ବହୁ ବିଳମ୍ବ କରୁଥିବା ନଜର ଆସିଛି ବୋଲି ସ୍ବାତୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.