ETV Bharat / bharat

ସାହାଯ୍ୟ କରିବା ବାହାନାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ

ସାହାଯ୍ୟ କରିବା ନାରେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ । ରୁମରେ ବନ୍ଦ ରଖି 7 ଦିନ କାଳ ଦୁଷ୍କର୍ମ କଲେ ଦୁର୍ବୃତ୍ତ। ଏଭଳି ଲଜ୍ୟା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ଅନଗୋଲ ଟାଉନରେ ।

author img

By

Published : Jun 24, 2019, 5:42 AM IST

ଫଟୋ ସୌଜନ୍ୟ : ଇଟିଭି ଭାରତ

ଅମରାବତୀ : ସପ୍ତାହେ ଧରି ନାବାଳିକାଙ୍କୁ ଗଣ ଦୁଷ୍କର୍ମ । ଏଭଳି ଲଜ୍ଜା ପୁଣି ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶ ଅନଗୋଲ ଟାଉନରେ । 7 ଦିନ ଧରି ଗୋଟିଏ ଘରେ ବନ୍ଦ ରଖି 16 ବର୍ଷୀୟା ନାବାଳିକାଙ୍କୁ 6 ଜଣ କରିଥିଲେ ଗଣ ଦୁଷ୍କର୍ମ । ନାବାଳିକା ଜଣକ କୌଶଳ କ୍ରମେ ସେଠାରୁ ବାହାରି ଆସି ପୋଲିସ ଆଗରେ ଏହି ଘଟଣା ପ୍ରକାଶ କରିଥିଲେ ।

ଫଳରେ ପୋଲିସ ଏକ ସ୍ବତନ୍ତ୍ର ଟିମ ଗଠନ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି । ଅଭିଯୁକ୍ତମାନଙ୍କ ଭିତରେ 3 ଜଣ ନାବାଳକ ଥିବାବେଳେ 4 ଜଣ ଇଂଜିନିୟରିଂ ଛାତ୍ର ଥିବା ଜଣାପଡିଛି । ଗୁଣ୍ଟୁର ଅଞ୍ଚଳର ନାବାଳିକା ଜୁନ 16 ତାରିଖରେ ଜଣେ ବନ୍ଧୁଙ୍କୁ ଭେଟିବା ପାଇଁ ଆସିଥିଲେ । ଏହି ସମୟରେ ସାଙ୍ଗକୁ ଖୋଜିବାରେ ସାହାଯ୍ୟ କରିବି କହି ଜଣେ ମୋବାଇଲ ଷ୍ଟୋରରେ କାମକରୁଥିବା ଯୁବକ ନାବାଳିକାଙ୍କୁ ନେଇ ଏକ କୋଠରୀ ଭିତରେ ବନ୍ଦ କରିଦେଇଥିଲେ । ଏହାପରେ ସାଙ୍ଗମାନଙ୍କ ସହ ମିଶି ତାଙ୍କୁ ଲଗାତର 7 ଦିନ ଧରି ଦୁଷ୍କର୍ମ କରିଥିଲେ।

ବର୍ତ୍ତମାନ ପୀଡିତା ନାବାଳିକାଙ୍କୁ ରିମସ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସରକାରଙ୍କ ପକ୍ଷରୁ ଅଭିଯୁକ୍ତମାନଙ୍କୁ ଦଣ୍ଡ ଦିଆଯିବ ବୋଲି ପୀଡିତାଙ୍କୁ ପ୍ରତିଶୃତି ଦେଇଛନ୍ତି ମନ୍ତ୍ରୀ ବି. ଶ୍ରୀନିବାସ ରେଡ୍ଡୀ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.