ETV Bharat / bharat

ଗଣଦୁଷ୍କର୍ମ ପରେ ଜୀଅନ୍ତା ଜାଳିଦେଲେ ମା-ପୁଅ - Minor gang-raped

ପ୍ରଥମେ ଗଣଦୁଷ୍କର୍ମ ପରେ ଜୀଅନ୍ତା ଜାଳିଦେଲେ ପୁରୁଷବନ୍ଧୁ । ଅନେକ ଥର ଗଣଦୁଷ୍କର୍ମ କରିବା ସହ ଶନିବାର ଜୀଅନ୍ତା ଜାଳିଦେଇଛନ୍ତି । ଘଟଣାରେ ଆରୋପୀର ମା ମଧ୍ୟ ସାମିଲ ।

Minor gang-raped
ଫାଇଲ ଫଟୋ
author img

By

Published : Dec 8, 2019, 11:08 AM IST

ତ୍ରିପୁରା: ପ୍ରଥମେ ଗଣଦୁଷ୍କର୍ମ ପରେ ଜୀଅନ୍ତା ଜାଳିଦେଲେ ପୁରୁଷବନ୍ଧୁ । ତ୍ରିପୁରାରେ ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ପୁରୁଷ ବନ୍ଧୁ ଓ ଅନ୍ୟ କିଛି ସାଥି ମିଶି ପିଡୀତାଙ୍କୁ ଅନେକ ଥର ଗଣଦୁଷ୍କର୍ମ କରିବା ସହ ମା-ପୁଅ ମିଶି ଶନିବାର ଜୀଅନ୍ତା ଜାଳିଦେଇଛନ୍ତି । ପାଖାପାଖି 90 ପ୍ରତିଶତ ଜଳିଯାଇଥିବାର କାରଣରୁ ତାଙ୍କର ମୃତ୍ୟୁ ହୋଇଛି ।

ପୋଲିସର କହିବାନୁସାରେ, ଦୁଇ ମାସ ହେବ ପୀଡିତାଙ୍କୁ ଆରୋପୀ ନିଜ ଘରେ ବନ୍ଦୀ କରି ରଖିଥିଲା । ପୀଡିତାଙ୍କ ପରିବାରକୁ ଟଙ୍କା ଦେବା ପାଇଁ ବାଧ୍ୟ କରାଯାଉଥିଲା ଓ ପୀଡିତାଙ୍କୁ ନିର୍ଯାତନା ଦିଆଯାଇଥିଲା । ପୀଡିତାଙ୍କୁ ଛାଡିବା ପାଇଁ 50,000ଟଙ୍କା ମାଗିଥିଲେ ମାତ୍ର ପରିବାର ଲୋକ କେବଳ 17,000ଟଙ୍କା ଦେଇଥିଲେ । ଏଥିରେ ଆରୋପୀ ରାଗି ଯାଇ ପୀଡିତାଙ୍କୁ ନିଆଁ ଲଗାଇଦେଇଥିଲେ । ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ଜିବି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଛି ।

ପ୍ରକାଶଥାଉକି, ସୋସିଆଲ ମିଡିଆ ଜରିଆରେ ପ୍ରେମ ହେବା ପରେ ଆରୋପୀ ବିବାହ ପ୍ରତିଶୃତି ଦେଇଥିଲେ । ପରେ ପୀଡିତା ଆରୋପୀଙ୍କ ସହ ଘରୁ ଲୁଚି ପଳାଇଥିଲେ । ଏହାପରେ ପୀଡିତାଙ୍କୁ ବନ୍ଦୀ କରି ଟଙ୍କା ଦାବି କରିଥିଲେ । ଏହାପରେ ପୀଡିତାଙ୍କ ମା ପୋଲିସର ଅଭିଯୋଗ କରିଥିଲେ । ମାତ୍ର ପୋଲିସ କୌଣସି ସାହାଯ୍ୟ କରିନଥିଲେ ।

Intro:Body:

test

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.