ଲକ୍ଷ୍ନୌ: ଅପରାଧ ତାଲିକାରେ ଏବେ ନମ୍ବର-1 ରେ ରହିଛି ଉତ୍ତରପ୍ରଦେଶ । ଏଠାରେ ନୃଶଂସତାର ସୀମା ପାର୍ କରୁଛନ୍ତି ଦୁର୍ବୃତ୍ତ । ଗତ କିଛି ଦିନ ତଳେ ଜଣେ ଦଲିତ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ମନରୁ ଲିଭି ନଥିବା ବେଳେ ପୁଣି ୟୁପିର ଲାଖୀପୁର ଖେରୀରେ ଗତକାଲି ଅନ୍ୟ ଜଣେ ଦଳିତ ନାବାଳିକାକୁ ଗଳା କାଟି ହତ୍ୟା କରାଯାଇଛି । ସୋମବାରଠାରୁ ଛାତ୍ର ଜଣକ ନିଖୋଜ ଥିଲେ। ମଙ୍ଗଳବାର ସକାଳେ ନେମଗାଓଁ କୋଟୱାଲୀ ଅଞ୍ଚଳର ଛାତ୍ରୀଙ୍କ ଗାଁ ନିକଟ ପୋଖରୀ ନିକଟରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ତେବେ ଏକ ତୀକ୍ଷ୍ଣ ଅସ୍ତ୍ରରେ ବେକକୁ କଟା ଯାଇଥିବା ସିଓ ମିତାଉଲି ସିତାଂଶୁ କୁମାର ଏହି ଘଟଣାର ଅନୁଧ୍ୟାନ କରି କହିଛନ୍ତି । ଘଟଣା ସ୍ଥଳରୁ ଏକ ମୋବାଇଲ ଓ ଛୁରୀ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଦ୍ବାଦଶ ଶ୍ରେଣୀରେ ପଢୁଥିବା ଛାତ୍ରୀ ଜଣକ ସୋମବାର ଦିନ ଛାତ୍ରବୃତ୍ତି ଫର୍ମ ପାଇବାକୁ ତାଙ୍କ ଘରୁ ବାହାରକୁ ଆସିଥିଲେ। କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ଘରେ ନ ପହଞ୍ଚିବାରୁ ବହୁତ ଖୋଜାଖୋଜି ପରେ ପରିବାର ଲୋକେ ଲୋକ ବେହଜମ ଚୌକି ଅଞ୍ଚଳର ପୋଲିସକୁ ଖବର ଦେଇଥିଲେ । ରାତି ପର୍ଯ୍ୟନ୍ତ ପୋଲିସ ମଧ୍ୟ ଖୋଜାଖୋଜି କରିଥିଲା। ସକାଳେ ଯେତେବେଳେ ଗ୍ରାମବାସୀମାନେ ପୋଖରୀକୁ ଶୌଚ ପାଇଁ ଯାଇଥିଲେ, ସେଠାରେ ଝିଅର ମୃତଦେହ କ୍ଷତିବିକ୍ଷତ ଅବସ୍ଥାରେ ପୋଖରୀ କୂଳରେ ପଡିଥିବାର ଦେଖିଥିଲେ । ଏବଂ କିଛି ଜଙ୍ଗଲୀ ଜନ୍ତୁ ତା ପାଖରେ ବସିଥିଲେ । ଏନେଇ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ ।
ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ନିକଟରୁ ଏକ ଛୁରୀ ଓ ମୋବାଇଲ ମଧ୍ୟ ଜବତ କରାଯାଇଛି । ପୋଲିସ ଏନେଇ ତଦନ୍ତ ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ