ETV Bharat / bharat

ଟିଏମସି ରାଲିରେ ବାଂଲାଦେଶୀ ଅଭିନେତା, ରିପୋର୍ଟ ମାଗିଲା ଗୃହ ମନ୍ତ୍ରଣାଳୟ - loksabha polls

ମମତା ବାଂଲାଦେଶୀ ଅଭିନେତାଙ୍କ ଦ୍ବାରା ନିର୍ବାଚନୀ ପ୍ରଚାର କରେଇବା ନେଇ କୋଲକାତାର ବିଦେଶୀ କ୍ଷେତ୍ରୀୟ ପଞ୍ଜୀକରଣ ଅଧିକାରୀ (ଏଫଆରଆରଓ)ଙ୍କୁ ରିପୋର୍ଟ ମାଗିଲା ଗୃହ ମନ୍ତ୍ରଣାଳୟ।

ଫାଇଲ ଫଟୋ
author img

By

Published : Apr 16, 2019, 6:04 PM IST

Updated : Apr 16, 2019, 9:13 PM IST

ନୂଆଦିଲ୍ଲୀ: ବାଂଲାଦେଶୀ ଅଭିନେତାଙ୍କ ଦ୍ବାରା ନିର୍ବାଚନୀ ପ୍ରଚାର କରେଇବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପଡିଲା ମହଙ୍ଗା । ଏନେଇ କୋଲକାତାର ବିଦେଶୀ କ୍ଷେତ୍ରୀୟ ପଞ୍ଜୀକରଣ ଅଧିକାରୀ (ଏଫଆରଆରଓ)ଙ୍କୁ ରିପୋର୍ଟ ମାଗିଛି ଗୃହ ମନ୍ତ୍ରଣାଳୟ। କୋଲକାତା ଏଫଆରଆରଓ ଏନେଇ ବିସ୍ତୃତ ବିବରଣୀ ପ୍ରଦାନ କରନ୍ତୁ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

  • Ministry of Home Affairs (MHA) has asked for a report from Foreigners Regional Registration Office (FRRO) on Bangladeshi actor Ferdous campaigning for TMC in West Bengal. pic.twitter.com/9uj22bZvEn

    — ANI (@ANI) April 16, 2019 " class="align-text-top noRightClick twitterSection" data=" ">

ସେପଟେ ତୃଣମୂଳ କଂଗ୍ରେସ (ଟିଏମସି) ବିରୋଧରେ ଆଚରଣ ବିଧି ଉଲ୍ଲଙ୍ଘନ ଆଣି ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହୋଇଛି। ନିର୍ବାଚନୀ ପ୍ରଚାରରେ ବିଦେଶୀ ନାଗରିକଙ୍କ ଉପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ନିୟମ ଅନୁସାରେ ବିଦେଶୀ ନାଗରିକ ଭାରତୀୟ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଇପାରିବେ ନାହିଁ। ତେବେ ଟିଏମ୍‍ସି ନିଜ ପ୍ରାର୍ଥୀଙ୍କ ପ୍ରଚାର ପାଇଁ କିଭଳି ବାଂଲାଦେଶୀ ନାଗରିକଙ୍କୁ ବ୍ୟବହାର କରୁଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଏହା ଆଚରଣ ବିଧିର ଉଲଙ୍ଘନ କରୁଥିବା ଦର୍ଶାଇ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛି ବିଜେପି।

ସୂଚନା ଯୋଗ୍ୟ ଯେ, ବାଂଲାଦେଶୀ ଅଭିନେତା ଫିରଦୌସ ଅହମଦ ପଶ୍ଚିମବଙ୍ଗର ଶାସକ ଦଳ ତୃଣ ମୂଳ କଂଗ୍ରେସ(ଟିଏମସି ) ପାଇଁ ନିର୍ବାଚନ ପ୍ରଚାର କରିଥିଲେ । ସେ ଉତ୍ତର ଦିନାଜପୁର ଜିଲ୍ଲାରେ ଟିଏମସିର ରାଜଗଙ୍ଗ ଲୋକସଭା ପ୍ରାର୍ଥୀ କହ୍ନେୟା ଲାଲ ଅଗ୍ରୱାଲଙ୍କ ପାଇଁ ପ୍ରଚାର କରିଥିଲେ ।

Intro:Body:

dfgfg

Conclusion:
Last Updated : Apr 16, 2019, 9:13 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.