ETV Bharat / bharat

ଜମ୍ମୁ କାଶ୍ମୀରର ଭୁଲ ନକ୍ସା ଲିଙ୍କ୍‌ ହଟାଇବା ପାଇଁ ୱିକିପିଡିଆକୁ ଆଦେଶ ଦେଲେ ସରକାର

author img

By

Published : Dec 2, 2020, 10:31 PM IST

ଜମ୍ମୁ କାଶ୍ମୀରର ଭୁଲ ମାନଚିତ୍ରକୁ ହଟାଇବା ପାଇଁ ୱାକିପିଡାଆକୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଅଧିକ ପଢନ୍ତୁ...

ଜମ୍ମୁ କାଶ୍ମୀରର ଭୁଲ ନକ୍ସା ଲିଙ୍କ୍‌ ହଟାଇବା ପାଇଁ ୱିକିପିଡିଆକୁ ଆଦେଶ ଦେଲେ ସରକାର
ଜମ୍ମୁ କାଶ୍ମୀରର ଭୁଲ ନକ୍ସା ଲିଙ୍କ୍‌ ହଟାଇବା ପାଇଁ ୱିକିପିଡିଆକୁ ଆଦେଶ ଦେଲେ ସରକାର

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ଦେଶର ଭୂସ୍ବର୍ଗକୁ ସଜାଡିବାକୁ ଲାଗିଛନ୍ତି କେନ୍ଦ୍ର ସରକାର । ହେଲେ ମାଇକ୍ରୋ ବ୍ଲଗିଂ ସାଇଟ ଟ୍ବିଟର ଏବଂ ୱିକିପିଡିଆ ଭଳି କିଛି ସଂସ୍ଥା କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରର ନକ୍ସାକୁ ଭୁଲ ରୂପେ ଦର୍ଶାଉଥିବା ଅଭିଯୋଗ ସାମ୍ନାକୁ ଆସୁଛି । ଏପରି ସ୍ଥଳେ ଜମ୍ମୁ କାଶ୍ମୀରର ଭୁଲ ମାନଚିତ୍ରକୁ ହଟାଇବା ପାଇଁ ୱାକିପିଡାଆକୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।

କେନ୍ଦ୍ର ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦେଶ ଅନୁଯାୟୀ ନିଜ ପ୍ଲାଟଫର୍ମରେ ଜମ୍ମୁ କାଶ୍ମୀରର ଭୁଲ ମାନଚିତ୍ର ହଟାଇବା ପାଇଁ କୁହାଯାଇଛି । ସୂଚନା ଓ ପ୍ରଯୁକ୍ତିବିଦ୍ୟା ଅଧିନିୟମମ 69A ଆଧାରରେ ୱିକିପିଡିଆକୁ ଏହି ନିର୍ଦେଶ ଦେଇଛି ଆଇଟି ମନ୍ତ୍ରଣାଳୟ ।

କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ରାଜଧାନୀ ଲେହର ଅବସ୍ଥିତିକୁ ଚୀନରେ ବୋଲି ଦର୍ଶାଇଥିଲା ଟ୍ବିଟର । ଏନେଇ ଟ୍ବିଟରକୁ କେନ୍ଦ୍ର ସରକାର ଦେଇଥିଲେ କଡା ଚେତାବନୀ । ଏନେଇ କମ୍ପାନୀକୁ ଲିଖିତ ଜବାବ ଦେବାକୁ ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ପରେ ସମ୍ପୂ୍ର୍ଣ୍ଣ ଘଟଣା ପାଇଁ କ୍ଷମା ମାଗିଥିଲା ମାଇକ୍ରୋ ବ୍ଲଗିଙ୍ଗ ୱେବସାଇଟ ଟ୍ବିଟର ।

ଟ୍ବିଟର ସଂସଦୀୟ ପ୍ୟାନେଲର ଅଧ୍ୟକ୍ଷ ମିନାକ୍ଷୀ ଲେଖିଙ୍କୁ ଚିଠି ଲେଖି କ୍ଷମା ମାଗିବା ସହ ଲଦାଖକୁ ଚୀନର ଅଂଶ ଭାବରେ ଜିଓ-ଟ୍ୟାଗିଂ ପ୍ରସଙ୍ଗକୁ ସମାଧାନ କରିବ ବୋଲି କହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.