ETV Bharat / bharat

ସୋସିଆଲ ଡିଷ୍ଟାନ୍ସିଂ ପାଇଁ ଯୋଗାଡ, ଦୁଗ୍ଧ ବିକ୍ରେତା ପ୍ରସ୍ତୁତ କଲେ ମିଲ୍କ ଗନ

ରାଜସ୍ଥାନର ଯୋଧପୁର ଜିଲ୍ଲାର କରନପୁରୀ ଅଞ୍ଚଳରେ ଏକ ମିଲ୍କ ଗନ ପ୍ରସ୍ତୁତ ହୋଇଛି । ଏହା ସାମାଜିକ ଦୂରତ୍ବରେ ସାହାଯ୍ୟ କରିବ । ଅଧିକ ପଢନ୍ତୁ...

ଦୁଗ୍ଧ ବିକ୍ରେତା ପ୍ରସ୍ତୁତ କଲେ ମିଲ୍କ ଗନ
ଦୁଗ୍ଧ ବିକ୍ରେତା ପ୍ରସ୍ତୁତ କଲେ ମିଲ୍କ ଗନ
author img

By

Published : May 6, 2020, 3:18 PM IST

ଜୟପୁର: ରାଜସ୍ଥାନର ଯୋଧପୁର ଜିଲ୍ଲାରେ ଘରେ ଘରେ ଦୁଗ୍ଧ ବିତରଣ ପାଇଁ ମିଲ୍କ ଗନ ବା କ୍ଷୀର ବନ୍ଧୁକ ପ୍ରସ୍ତୁତ ହୋଇଛି । କୋରୋନା ସଙ୍କଟ ସମୟରେ ସଞ୍ଜୟ ଗୋୟଲ ଏହି ଯୋଗାଡ କ୍ଷୀର ବନ୍ଧୁକକୁ ନିଜେ ପ୍ରସ୍ତୁତ କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି ।

ରାଜସ୍ଥାନର ଯୋଧପୁର ଜିଲ୍ଲାର କରନପୁରୀ ଅଞ୍ଚଳରେ ଏହି ବନ୍ଧୁକ ପ୍ରସ୍ତୁତ କରାଯାଇଛି। ଦୁଗ୍ଧ ବିକ୍ରେତା ତାଙ୍କ ବାଇକରେ ଏକ ଲମ୍ବା କାଠ ରଖିଛନ୍ତି ଏବଂ ଏହା ତଳେ ଏକ ପାଇପ ଯାଉଛି । ସଞ୍ଜୟ ଯେଉଁ ବୋତଲ ସହିତ କ୍ଷୀର ଢାଳନ୍ତି ଏବଂ ପାଇପ୍ ମାଧ୍ୟମରେ କ୍ଷୀର ସିଧାସଳଖ ଲୋକଙ୍କ ବାସନକୁ ଯାଇଥାଏ ।

ସାମାଜିକ ଦୂରତା ମଧ୍ୟ ଅନୁସରଣ କରାଯାଉଛି ଏବଂ କ୍ଷୀରରେ ହାତ ମଧ୍ୟ ଲାଗୁନାହିଁ । ସଞ୍ଜୟ ଗୋୟଲଙ୍କ ଏହି କ୍ଷୀର ବନ୍ଧୁକର ଜୁଗାଡ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଏବଂ ଏହି ଦୁଗ୍ଧଚାଷୀଙ୍କ ପଦକ୍ଷେପକୁ ଅଞ୍ଚଳର ଲୋକମାନେ ପ୍ରଶଂସା କରୁଛନ୍ତି।

ସୂଚନାନୂସାରେ, ରାଜସ୍ଥାନରେ 3193ଟି କୋରୋନା ପଜିଟିଭ୍ ରହିଛି । ଏଥି ସହିତ, କୋରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ଏପର୍ଯ୍ୟନ୍ତ 90ରେ ପହଞ୍ଚିଛି । ଜୟପୁର ଏବଂ ଯୋଧପୁର ଜିଲ୍ଲାରେ ସର୍ବାଧିକ ସଂଖ୍ୟକ କୋରୋନା ସଂକ୍ରମଣ ହୋଇଥିବା ସୂଚନା ମିଳିଛି। ଅଜମେର ଜିଲ୍ଲାକୁ ମଧ୍ୟ ଏକ ରେଡ୍ ଜୋନ ଭାବେ ଘୋଷଣା କରାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.