ଜମ୍ମୁ କାଶ୍ମୀର: ପୁଲଓ୍ବାମାରୁ ଜଣେ ଆତଙ୍କବାଦୀ ଗିରଫ । ତା ନିକଟରୁ ଦୁଇଟି ଚାଇନା ଗ୍ରେନେଡେ ଏବଂ ଗୋଟିଏ ପତ୍ରିକା ଉଦ୍ଧାର କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ପୁଲଓ୍ବାମା ଜିଲ୍ଲା ବେଲାଓ ଅଞ୍ଚଳର ଏକ ଚେକପଏଣ୍ଟ ନିକଟରୁ ଆର୍ମୀର 44 ଆରଆର, ଏସଓଜି ଏବଂ ସିଆରପିଏଫର ମିଳିତ ଅପରେସନରେ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଏନେଇ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି । ଗିରଫ ହୋଇଥିବା ଆତଙ୍କବାଦୀ ପୁଲଓ୍ବାମାର ଅଲି ମହମ୍ମଦ ଦାର ଖାନକାବାଗ ପାମ୍ପୋର ପୁଅ ଇରଶାଦ ଅହମ୍ମଦ ଦାର ବୋଲି ଜଣାପଡିଛି । ଇଶରାଦଙ୍କ ନିକଟରୁ ଦୁଇଟି ଚାଇନାର ଗ୍ରେନେଡ ଏବଂ ଏକ ପତ୍ରିକା ଉଦ୍ଧାର କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ