ETV Bharat / bharat

ସୁରଟରୁ ଲୁଧିଆନା ଯାଏଁ ଶ୍ରମିକଙ୍କ ଆନ୍ଦୋଳନ, ପଥରମାଡ ସହ ଲାଠିଚାର୍ଜ

author img

By

Published : May 5, 2020, 11:42 AM IST

ଦେଶରେ କୋରୋନା ଭାଇରସ ମହାମାରୀର ସଙ୍କଟ ବ୍ୟାପିବାରେ ଲାଗିଛି ଓ ଏହି କାରଣରୁ ଲକଡାଉନ୍। ଲକଡାଉନରେ ଫସି ରହିଥିବା ଦୀର୍ଘ ଦିନର ପ୍ରବାସୀ ଶ୍ରମିକ ବର୍ତ୍ତମାନ ଘରକୁ ଯିବାକୁ ସ୍ଥିର କରିଛନ୍ତି, ଧୀରେ ଧୀରେ ବିଭିନ୍ନ ରାଜ୍ୟର ଶ୍ରମିକମାନେ ଘରକୁ ଯିବା ଆରମ୍ଭ କରିଛନ୍ତି।

migrants labour
ସୁରାଟରୁ ଲୁଧିଆନା ଯାଏଁ ଶ୍ରମିକଙ୍କ ଆନ୍ଦୋଳନ

ନୂଆଦିଲ୍ଲୀ: ଦେଶରେ କୋରୋନା ଭାଇରସ ମହାମାରୀର ସଙ୍କଟ ବ୍ୟାପିବାରେ ଲାଗିଛି ଓ ଏହି କାରଣରୁ ଲକଡାଉନ୍। ଲକଡାଉନରେ ଫସି ରହିଥିବା ଦୀର୍ଘ ଦିନର ପ୍ରବାସୀ ଶ୍ରମିକ ବର୍ତ୍ତମାନ ଘରକୁ ଯିବାକୁ ସ୍ଥିର କରିଛନ୍ତି, ଧୀରେ ଧୀରେ ବିଭିନ୍ନ ରାଜ୍ୟର ଶ୍ରମିକମାନେ ଘରକୁ ଯିବା ଆରମ୍ଭ କରିଛନ୍ତି। କିନ୍ତୁ ଏହି ସମୟ ମଧ୍ୟରେ, ଅନେକ ସ୍ଥାନରେ ଶ୍ରମିକମାନେ ଆନ୍ଦୋଳନ କରିବା ଆରମ୍ଭ କରିଦେଲେଣି । ସୋମବାର ଦେଶର ବିଭିନ୍ନ ସ୍ଥାନରୁ ଏପରି ଅନେକ ଚିତ୍ର ଦେଖିବାକୁ ମିଳିଥିଲା ।

ଆନ୍ଧ୍ରପ୍ରଦେଶର କୋଭୁରୁରେ ବହୁ ସଂଖ୍ୟାରେ ଶ୍ରମିକ ସୋମବାର ରାସ୍ତାରେ ଘରକୁ ଯିବାକୁ ଦାବି କରିଥିଲେ। ଯେତେବେଳେ ରାସ୍ତାରେ ଭିଡ ନିୟନ୍ତ୍ରଣ ହୋଇପାରିଲାଣି ସେତେବେଳେ ପୋଲିସ ଦ୍ବାରା ଲାଠି ଚାର୍ଜ କରାଯାଇଥିଲା । ପୋଲିସ ପରେ ବୟାନ ଦେଇଥିଲା ଯେ ପ୍ରଦର୍ଶନ ସମୟରେ ପୋଲିସ ଉପରେ ପଥରମାଡ କରାଯାଇଥିଲା । ଆନ୍ଧ୍ରପ୍ରଦେଶ ବ୍ୟତିତ ପଞ୍ଜାବ ଲୁଧିଆନାରେ ମଧ୍ୟ ଶ୍ରମିକ ଅଧିକ ସଂଖ୍ୟାରେ ରାସ୍ତାକୁ ଓହ୍ଲାଇଥିଲେ । ପ୍ରଶାସନ ତରଫରୁ ଖାଦ୍ୟ ସାମଗ୍ରୀ ମିଳୁନଥିବା ଦାବି ହୋଇଛି । ଏଭଳି ପରିସ୍ଥିତିରେ ତୁରନ୍ତ ଘରକୁ ପଠାଯାଉ ବୋଲେ ସେମାନେ ଦାବି କରିଥିଲେ । ଗୁଜୁରାଟର ସୁରାଟରେ ମଧ୍ୟ ପୁଣି ଥରେ ଶ୍ରମିକମାନେ ଆନ୍ଦୋଳନ କରିଥିଲେ । ଏହି ସମୟରେ ପୋଲିସ ଓ ଶ୍ରମିକଙ୍କ ମଧ୍ୟରେ ଗଣ୍ଡଗୋଳ ହେବାସହ ଅନେକ ଶ୍ରମିକ ଗାଡିରେ ନିଆଁ ଲଗେଇ ଦେଇଥିଲେ ।

ପ୍ରକାଶଥାଉକି, ଦୀର୍ଘ ସମୟ ଅପେକ୍ଷା କରିବା ପରେ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଟ୍ରେନ୍ ଆରମ୍ଭ ହୋଇଛି। ସମସ୍ତ ରାଜ୍ୟ ସରକାର ସେମାନଙ୍କ ରାଜ୍ୟର ଶ୍ରମିକମାନଙ୍କୁ ନିବେଦନ କରୁଛନ୍ତି ଯେ ବାହାରକୁ ନ ଯାଆନ୍ତୁ କିନ୍ତୁ ପ୍ରାୟ 40 ଦିନ ଧରି ଘର ଏବଂ କାମଠାରୁ ଦୂରରେ ବସିଥିବା ଶ୍ରମିକମାନଙ୍କ ଧର୍ଯ୍ୟ ଭାଙ୍ଗିବା ପରି ମନେହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.