ETV Bharat / bharat

କ୍ବାରେଣ୍ଟାଇନ ସେଣ୍ଟରରେ ପ୍ରବାସୀ ଶ୍ରମିକଙ୍କ ଆତ୍ମହତ୍ୟା

କ୍ବାରେଣ୍ଟାଇନ ସେଣ୍ଟରରେ ପ୍ରବାସୀ ଶ୍ରମିକଙ୍କ ଆତ୍ମହତ୍ୟା । କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ...

Migrant worker commits suicide at quarantine centre in Chhattisgarh
ପ୍ରତିକାତ୍ମକ ଫଟୋ
author img

By

Published : Jun 7, 2020, 8:20 PM IST

ରାୟପୁର: କ୍ବାରେଣ୍ଟାଇନ ସେଣ୍ଟରେ ଆତ୍ମହତ୍ୟା କଲେ ପ୍ରବାସୀ ଶ୍ରମିକ । ଛତିଶଗଡ ଗାଜିଆବାଦରେ ଘଟିଛି ଏଭଳି ଅଭାବନୀୟ ଘଟଣା । କିଛି ଦିନ ତଳେ ବ୍ୟକ୍ତି ଜଣକ ହାଇଦ୍ରାବାଦରୁ ଫେରି କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିଲେ ।

ତେବେ ବର୍ତ୍ତମାନ ସୁଦ୍ଧା ବ୍ୟକ୍ତିଙ୍କର ଆତ୍ମହତ୍ୟାର କାରଣ ଜଣାପଡିନାହିଁ । ତେବେ ରବିବାର ସକାଳୁ ଅନ୍ୟ ଅନ୍ତେବାସୀ ମାନେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ପୋଲିସକୁ ଖବର ଦେବା ପରେ ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ବର୍ତ୍ତମାନ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 950ରେ ପହଞ୍ଚିଛି ଥିବା ବେଳେ 4 ଜଣଙ୍କର ମୃତ୍ୟୁ ଘଟିଛି । ଗାଜିଆବାଦରେ ବର୍ତ୍ତମାନ ସୁଦ୍ଧା 10 ଜଣ ପଜିଟିଭ ଆସିଥିବା ବେଳେ ସେମାନଙ୍କ ଭିତରୁ 4 ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.