ନୂଆଦିଲ୍ଲୀ: ଲକଡାଉନରେ ଦହଗଞ୍ଜ ଦାଦନ ଶ୍ରମିକ । ପେଟ ପାଇଁ ସଂଘର୍ଷ କରୁ କରୁ ହାରିଲେ ଜୀବନ । ଯାନବାହନ ବନ୍ଦ ଯୋଗୁଁ ବାଧ୍ୟ ହୋଇ ଦିଲ୍ଲୀରୁ ଆଗ୍ରା ସେ ଚାଲି ଚାଲି ୟାଉଥିଲେ । ଦୀର୍ଘ 200 କିଲୋମିଟର ଚାଲି ଚାଲି ସେ ଶେଷରେ ପ୍ରାଣ ହରାଇଛନ୍ତି । 39 ବର୍ଷୀୟ ଏହି ଯୁବକଙ୍କ ନାଁ ରନଭୀର ସିଂହ । ତାଙ୍କ ଘର ଆଗ୍ରା ଠାରୁ 85 କିଲୋମିଟର ଦୂର ମଧ୍ୟପ୍ରଦେଶର ମୋରିନା ଜିଲ୍ଲାରେ ।
ରନଭୀର ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଖାଦ୍ୟ ଡେଲିଭରି ବଏ ଭାବେ କାମ କରୁଥିଲେ । ଦେଶ ବ୍ୟାପି ଲକଡାଉନ ଯୋଗୁଁ ତାଙ୍କ ପାଖରେ କୌଣସି କାମ ନଥିଲା । ଏପେଟ ଗାଡି ମୋଟର କି ଟ୍ରେନ ବି ଚାଲୁନଥିଲା । ବାଧ୍ୟ ହୋଇ ସେ ନିଜ ଘରକୁ ଯିବା ପାଇଁ ଚାଲିବେ ବୋଲି ମନସ୍ତ କରିଥିଲେ । ପୋଲିସର କହିବା ଅନୁଯାୟୀ, ରନଭୀର କୈଳାସ ରୋଡର ଜାତୀୟ ରାଜପଥ-2 ପାଖରେ ସ୍ଥାନୀୟ ଲୋକଙ୍କୁ ସାହାଯ୍ୟ ମାଗିଥିଲେ । ସେହି ସମୟରେ ପାଖରେ ଥିବା ଏକ ଦୋକାନୀ ତାଙ୍କୁ ଚା ଓ ବିସ୍କୁଟ ବି ଯାଚିଥିଲେ । କିଛି ସମୟରେ ପୁଣି ରଣଭୀର ଛାତିରେ ଯନ୍ତ୍ରଣା ଅନୁଭବ କରୁଛି ବୋଲି ପରିବାକୁ ଫୋନ ଜରିଆରେ ଜଣାଇଥିଲା । ପାଖାପାଖୀ ସଂନ୍ଦ୍ୟ 6.30ରେ ସେ ପ୍ରାଣ ହରାଇଥିବା ତଦନ୍ତରୁ ଜଣାପଡିଛି ।
ଅଧିକ ବାଟ ଚାଲିଥିବାରୁ ରଣଭୀରଙ୍କୁ ହାର୍ଟଆଟାକ ଆସିଥିଲା । ଫଳରେ ସେ ପ୍ରାଣ ହରାଇଛନ୍ତି ବୋଲି ମେଡିକାଲ ରିପୋର୍ଟରୁ ଜଣାପଡିଛି । ତେବେ ଉତ୍ତରପ୍ରଦେଶ ପୋଲିସ ପକ୍ଷରୁ ଟ୍ରାଭେଲର୍ସଙ୍କ ପାଇଁ ଖାଦ୍ୟ ପକେଟ ଓ ପାଣିର ବନ୍ଦୋବସ୍ଥ କରାଯାଇଛି । ହେଲେ ରଣଭୀରଙ୍କ ମୃତ୍ୟୁ ଏକ ଦୁର୍ଭାଗ୍ୟଜନକ ଦୁର୍ଘଟଣା ବୋଲି ସର୍କଲ ଅଫିରସ ଜଣାଇଛନ୍ତି । ରଣଭୀରଙ୍କ ତିନୋଟି ଛୁଆ । କାମ କରି ଯାହା ଟଙ୍କା ପଠାଇଥିଲେ ସେଥିରେ ପରିବାର ପ୍ରତିପୋଷଣ ହେଉଥିଲା । ହେଲେ ଏବେ କିପରି ତାଙ୍କ ପରିବାର ବଞ୍ଚିବେ ସେ ନେଇ ତାଙ୍କ ଭାଇ ସୋନୁ କହିଛନ୍ତି ।