ମୁମ୍ବାଇ: ଲକଡାଉନରେ ପୁରା ଦେଶ । ଯିଏ ଯେଉଁଠି ଥିଲେ ସେମାନଙ୍କୁ ବାଧ୍ୟ ହୋଇ ସେଠାରେ ରହିବାକୁ ପଡିଛି । ମହାମାରୀ କୋରୋନା ଭାଇରସ ପାଇଁ କେନ୍ଦ୍ର ସରକାର ଏଭଳି କଠୋର ପଦକ୍ଷେପ ଉଠାଇବାକୁ ବାଧ୍ୟ ହୋଇଛନ୍ତି । ଫଳରେ ଶହ ଶହ ଶ୍ରମିକ ଦିନ ମଜୁରିଆ ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି । ସେପଟେ, ସେମାନଙ୍କୁ ଏବେ ଆତ୍ମନିର୍ଭରଶୀଳ କରୁଛି ନାଗରପୁର ମ୍ୟୁନିସିପାଲିଟି ।
ଲକଡାଉନ ଯୋଗୁଁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କ ଜୀବନ ବିପଦ ଆଡକୁ ଠେଲି ହୋଇଯାଇଛି । କାମଧନ୍ଦା ବନ୍ଦ ପଡିବା ସହ ବଳକା ଟଙ୍କା ସରିବା ଉପରେ । ଏପଡେ ପୁଣି ପରିବାରର ଚିନ୍ତା । ଏଭଳି ସ୍ଥିତିରେ ମହାରାଷ୍ଟ୍ରର ନାଗପୁର ମ୍ୟୁନିସିପାଲଟି ଏମାନଙ୍କୁ ସକ୍ଷମ କରିବାକୁ ଉଦ୍ୟମ କରୁଛି । ଏମାନଙ୍କର ଭୋକିଲା ପେଟ ମୁଠାଏ ଦାନା ଦେବାକୁ ଚେଷ୍ଚା କରୁଛି ।
ନାଗପୁରର ଏକ ଆଶ୍ରୟୀ ସ୍ଥଳୀରେ କିଛି ପ୍ରବାସୀ ଶ୍ରମିକ ଓ ଗରିବ ଲୋକଙ୍କୁ ଦକ୍ଷତା ବିକାଶ କରାଯାଉଛି। ଯେଉଁମାନଙ୍କ ପାଖର ଦକ୍ଷତା ଅଛି କିମ୍ବା ଆଗ୍ରହ ଅଛି ସେମାନଙ୍କୁ ଏହି ତାମିଲ ଦିଆଯାଉଛି ବୋଲି କହିଛନ୍ତି ନାଗପୁର ମ୍ୟୁନିସିପାଲିଟି କମିଶନର ।