ପାଣାଜୀ: ଭାରତୀୟ ନୌସେନାର ବିମାନ ମିଗ୍-29କେ ରବିବାର ଦୁର୍ଘଟଣାଗ୍ରସ୍ତ ହୋଇଛି । ନିଜର ରୁଟିନ ପ୍ରଶିକ୍ଷଣ ପାଇଁ ଉଡାଣ ଭରୁଥିବା ସମୟରେ ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା । ରବିବାର ସକାଳ ପ୍ରାୟ 10 ଟା 30 ମିନିଟ ସମୟରେ ଗୋଆରେ ଏହି ଦୁର୍ଘଟଣା ଘଟିଥିଲା। ତେବେ ପାଇଲଟ୍ ଜଣକ ନିରାପଦରେ ଦୁର୍ଘଟଣାଗ୍ରସ୍ତ ବିମାନରୁ ବାହାରି ଆସିବାରେ ସମର୍ଥ ହୋଇଛନ୍ତି ।
ସେପଟେ ଘଟଣା କିଭଳି ଘଟିଲା, ସେ ନେଇ କୌଣସି ସୂଚନା ମିଳିପାରିନାହିଁ । ଘଟଣାର ତଦନ୍ତ ପାଇଁ ନୌସେନା ପକ୍ଷରୁ ଏକ ତଦନ୍ତ କମିଟି ଗଠନ କରାଯାଇଛି ।
ସୂଚନାଯୋଗ୍ୟ ଯେ, 3 ମାସ ପୂର୍ବରୁ ଅନ୍ୟ ଏକ ମିଗ୍-29କେ ବିମାନ ଗୋଆର ଏକ ଗ୍ରାମ ବାହାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ୨୦୧୯ ନଭେମ୍ବର ୧୬ ତାରିଖରେ ଏହି ଦୁର୍ଘଟଣା ଘଟିଥିଲା । ତେବେ ଏଥିରେ ଥିବା ୨ ପାଇଲଟ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ । ତେବେ ଏହି ବିମାନ ମଧ୍ୟ ଉଡାଣ ଭରିବାର କିଛି ସମୟ ମଧ୍ୟରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ