ଭୋପାଳ: ମଧ୍ୟ ପ୍ରଦେଶର ଗ୍ବାଲିୟରସ୍ଥିତ ଏୟାରବେସରେ ବାୟୁସେନାର ଏକ ପ୍ରଶିକ୍ଷଣ ବିମାନ ମିଗ21 ଦୁର୍ଘଟଣାଗ୍ରସ୍ତ ହୋଇଛି । ଏ ଘଟଣା ପରେ ବିମାନରେ ଥିବା ଦୁଇ ଜଣ ପାଇଲଟ ସୁରକ୍ଷିତ ଥିବା ନେଇ ସୂଚନା ।
ମିଗ21 ଯୁଦ୍ଧ ବିମାନ ପ୍ରଶିକ୍ଷଣ ପ୍ରଦାନ କରୁଥିବା ଏୟାରକ୍ରାଫ୍ଟ । ଏହି ବିମାନଟି ଗ୍ବାଲିୟରସ୍ଥିତ ଏୟାରବେସରେ ଟ୍ରେନିଂ ମିଶନରେ ଥିବା ବେଳେ ସକାଳ 10ଟା ସମୟରେ ଏୟାରଫିଲ୍ଡରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହା ପରେ ପାଇଲଟଙ୍କ ସମେତ କ୍ୟାପଟେନ ଓ ସ୍କ୍ବାଡ୍ରନ ଲିଡର ବିମାନରୁ ଡେଇଁ ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି ।
2016ରୁ ଆଜି ପର୍ଯ୍ୟନ୍ତ ଭାରତୀୟ ବାୟୁସେନାର 27ଟି ଏୟାରକ୍ରାଫ୍ଟ, 15ଟି ଯୁଦ୍ଧବିମାନ ଏବଂ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଥିବା ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଏକ ଜଣାଇଛନ୍ତି।