ଭଟିଣ୍ଡା: ଭାରତୀୟ ବାୟୁସେନାର ଏକ ସେବାନିବୃତ ମିଗ୍-21 ଯୁଦ୍ଧ ବିମାନକୁ ଭାଇ କହ୍ନେୟା ଚୌକରେ ସ୍ଥାପନ କରାଯାଇଛି । ବିମାନ ସ୍ଥାପନ ହୋଇଥିବା ସ୍ଥାନକୁ ପଞ୍ଜାବର ଅର୍ଥମନ୍ତ୍ରୀ ମନପ୍ରିତ ସିଂହ ବାଦଲ ଯାଇ ଏଥି ପାଇଁ ଗର୍ବ ଅନୁଭବ କରୁଥିବା କହିଛନ୍ତି । ସହରକୁ ପ୍ରବେଶ କରିବା କ୍ଷଣି ଯୁଦ୍ଧ ବିମାନ ଆପଣଙ୍କର ସ୍ବାଗତ କରିବ ବୋଲି ସିଂହ କହିଛନ୍ତି ।
କହ୍ନେୟା ଚୌକରେ ଯୁଦ୍ଧ ବିମାନର ସ୍ଥାପନ ଓ ସୌନ୍ଧର୍ଯ୍ୟକରଣ ପାଇଁ 13 ଲକ୍ଷ 80 ହଜାର ଟଙ୍କା ଖର୍ଚ୍ଚ କରାଯିବ ବୋଲି ଭଟିଣ୍ଡା ଇମ୍ପ୍ରୁଭମେଣ୍ଟ ଟ୍ରଷ୍ଟର ଅଧ୍ୟକ୍ଷ କେକେ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି । ଏ ନେଇ ଟେଣ୍ଡର ହୋଇସାରିଥିବା ସେ କହିଛନ୍ତି । 2018 ଅକ୍ଟୋବରରେ ମେୟର ବଲବନ୍ତ ରାୟ ଏୟାରଫୋର୍ସ ମାର୍ସାଲ ଏସବି ଦେଓଙ୍କୁ ଚିଠି ଲେଖି ସେବା ନିବୃତ ଯୁଦ୍ଧ ବିମାନକୁ ଭଟିଣ୍ଡା କହ୍ନେୟା ଚୌକରେ ସ୍ଥାପନ କରିବା ପାଇଁ ଅନୁରୋଧ କରିଥିଲେ ।