ଦୁବାଇ:ନିଦ୍ରା ଅବସ୍ଥାରେ ଆଖିବୁଝିଲେ ଦୁବାଇରେ ଅବସ୍ଥାପିତ କେରଳର ଯୁବ ଇଞ୍ଜିନିୟର। ନୂଆ ନୂଆ ବାହାଘର ସହ ଗର୍ଭବତୀ ପତ୍ନୀଙ୍କ ସହ ପ୍ରବାସରେ ରହୁ ଥିଲେ। ଦିନ କେତେଟାରେ ଖୁସି ଖବର ଶୁଣିବା ସହ ଘର ଆନନ୍ଦ ଉଲ୍ଲାସରେ କମ୍ପି ଉଠିଥାନ୍ତା। ହେଲେ ଏବେ କାନ୍ଦ ବୋବାଳିରେ ସବୁ ଆଡ ଫାଟି ଉଠୁଛି। ଏଭଳି ଏକ ଅତ୍ୟନ୍ତ ହୃଦୟବିଦାରକ ଘଟଣା କେରଳରୁ ଆସିଛି।
ସୂଚନା ଅନୁସାରେ, ଦୁବାଇରେ କାର୍ଯ୍ୟକରୁଥିବା ଏହି 28 ବର୍ଷୀୟ ଭାରତୀୟ ଇଞ୍ଜିନିୟର, ଯିଏକି ତାଙ୍କ ଗର୍ଭବତୀ ପତ୍ନୀଙ୍କୁ କୋଭିଡ୍ 19 ଲକଡାଉନ ସମୟରେ ସଂଯୁକ୍ତ ରାଷ୍ଟ୍ରରୁ ଶୀଘ୍ର ପ୍ରତ୍ୟାବର୍ତ୍ତନ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ହେଲେ ପତ୍ନୀଙ୍କୁ ଘରକୁ ପଠାଇବାର ଏକ ମାସ ପରେ ସୋମବାର ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ତେବେ ଜୁଲାଇ ପ୍ରଥମ ସପ୍ତାହରେ ସେମାନଙ୍କର ପ୍ରଥମ ଶିଶୁର ପ୍ରସବ ପାଇଁ ଥିଲା ।
କେରଳର ନିଥିନ ଚନ୍ଦ୍ରନ ଉଚ୍ଚ ରକ୍ତଚାପ ଏବଂ ହୃଦଘାତରେ ଚିକିତ୍ସିତ ହେଉଥିଲେ ଏବଂ ଶୋଇଥିବା ସମୟରେ ହୃଦଘାତରେ ମୃତ୍ୟୁ ହୋଇଥିବାର ସନ୍ଦେହ କରାଯାଉଛି ବୋଲି ତାଙ୍କ ବନ୍ଧୁମାନେ ଗଲ୍ଫ ନ୍ୟୁଜକୁ କହିଛନ୍ତି।
ଦୁବାଇର ଏକ ନିର୍ମାଣକାରୀ ସଂସ୍ଥାରେ ମେକାନିକାଲ୍ ଇଞ୍ଜିନିୟର ଚନ୍ଦ୍ରନ୍ କାର୍ଯ୍ୟ କରୁଥିଲେ। ଗଲ୍ଫ ନ୍ୟୁଜ୍ ଅନୁଯାୟୀ, ବନ୍ଦେ ଭାରତ ମିଶନ ଅଧୀନରେ ଦୁବାଇରୁ ପ୍ରତ୍ୟାବର୍ତ୍ତନ କରିବାର ପ୍ରଥମ ଦିନରେ ସେ ନିଜ ପତ୍ନୀଙ୍କୁ ଘରକୁ ପଠାଇବା ପରେ ୟୁଏଇରେ ରହିଥିଲେ।
ତେବେ ପୋଲିସ ମୃତଦେହକୁ ସ୍ଥାନାନ୍ତରିତ ହେବା ପୂର୍ବରୁ କୋଭିଡ୍ 19 ପରୀକ୍ଷା ପାଇଁ ନମୁନା ସଂଗ୍ରହ କରିଛି। ଏହାସହ ମୃତଦେହକୁ ତାଙ୍କ ବାସଭବନରୁ ରସିଦ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା କୁହାଯାଇଛି।