ETV Bharat / bharat

ପର୍ବରେ ଲକଡାଉନ ଗାଇଡଲାଇନକୁ ନିଶ୍ଚିତ କରିବାକୁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ

author img

By

Published : Apr 10, 2020, 11:53 PM IST

ଏପ୍ରିଲ ମାସରେ ହେବାକୁ ଥିବା ବିଭିନ୍ନ ପର୍ବକୁ ଦୃଷ୍ଟିରେ ଲକଡାଉନ ଗାଇଡଲାଇନକୁ ନିଶ୍ଚିତ କରିବାକୁ ଗୃହ ମନ୍ତ୍ରଣାଳୟ(MHA) ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକୁ ନିର୍ଦ୍ଦେଶାନାମା ଜାରି କରିଛି । ଅଧିକ ପଢନ୍ତୁ...

MHA urges States/UTs to ensure lockdown is strictly followed even during festivals in April
ପର୍ବରେ ଲକଡାଉନ ଗାଇଡଲାଇନକୁ ନିଶ୍ଚିତ କରିବାକୁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଏପ୍ରିଲ ମାସରେ ହେବାକୁ ଥିବା ବିଭିନ୍ନ ପର୍ବକୁ ଦୃଷ୍ଟିରେ ଲକଡାଉନ ଗାଇଡଲାଇନକୁ ନିଶ୍ଚିତ କରିବାକୁ ଗୃହ ମନ୍ତ୍ରଣାଳୟ(MHA) ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକୁ ନିର୍ଦ୍ଦେଶାନାମା ଜାରି କରିଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ପୁଣ୍ୟ ସାଲିଲା ଶ୍ରୀବାସ୍ତବ ଶୁକ୍ରବାର ପ୍ରକାଶ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ବାରା ଏପ୍ରିଲ 9 ପର୍ଯ୍ୟନ୍ତ ଦେଶରେ ମୋଟ 37,978 ଆଶ୍ରୟସ୍ଥଳ, ରିଲିଫ କ୍ୟାମ୍ପ ଚାଲିଛି ଓ ପ୍ରବାସୀ ଶ୍ରମିକ ଏବଂ ଅନ୍ୟାନ୍ୟ ଲୋକଙ୍କୁ ବାସସ୍ଥାନ ଯୋଗାଇ ଦିଆଯାଇଛି । ଏଥିମଧ୍ୟରୁ ଭିନ୍ନଭିନ୍ନ ରାଜ୍ୟ ସରକାରଙ୍କ ଦ୍ବାରା 34,000ରୁ ଅଧିକ ରିଲିଫ କ୍ୟାମ୍ପ ପ୍ରତିଷ୍ଠା ହୋଇଥିବାବେଳେ 3,900ରୁ ଅଧିକ କ୍ୟାମ୍ପ ଏନଜିଓ ଦ୍ବାରା ପରିଚାଳିତ ହେଉଛି ।’

ସେ ପୁଣି କହିଛନ୍ତି, ଦେଶରେ ପ୍ରାୟ 26,225 ଖାଦ୍ୟ ଶିବିର ଚାଲିଛି, ଯେଉଁଠାରୁ ଏକ କୋଟିରୁ ଅଧିକ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି ।’

ପୁଣ୍ୟ ସାଲିଲା ଶ୍ରୀବାସ୍ତବ କହିଛନ୍ତି, ‘ରାଜ୍ୟ ସରକାରଙ୍କ ଦ୍ବାରା 14,799 ଖାଦ୍ୟ ଶିବିର ପରିଚାଳିତ ହେଉଥିବା ବେଳେ ଏନଜିଓ ଦ୍ବାରା 11,426ଟି ଶିବିର ସ୍ଥାପନ କରାଯାଇଛି । ଦେଶର ପାଖାପାଖି 16.5 ଲକ୍ଷ କର୍ମଚାରୀଙ୍କୁ ସେମାନଙ୍କ ନିଯୁକ୍ତିଦାତା ଏବଂ ଶିଳ୍ପସଂସ୍ଥା ଆଶ୍ରୟ ସହ ଖାଦ୍ୟ ଯୋଗାଇ ଦେଉଛନ୍ତି ।’

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.