ETV Bharat / bharat

ଲକ୍ ଡାଉନକୁ ବେଖାତିର: ପଶ୍ଚିମବଙ୍ଗରେ ଚାଲିଛି ଧାର୍ମିକ କାର୍ଯ୍ୟକ୍ରମ, କେନ୍ଦ୍ର ମାଗିଲା ଜବାବ - CORONA EPIDEMIC

ଲକ୍ ଡାଉନରେ ପଶ୍ଚିମବଙ୍ଗର ଖାମଖିଆଲି ଉପରେ କେନ୍ଦ୍ର ଆପତ୍ତି କରିଛି । ରାଜ୍ୟରେ ଅତ୍ୟାବଶ୍ୟକ ନଥିବା ସାମଗ୍ରୀର ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି ଏବଂ ପୋଲିସ ମଧ୍ୟ ଧାର୍ମିକ କାର୍ଯ୍ୟକ୍ରମକୁ ଅନୁମତି ଦେଇଛି ।

lockdown in westbengal
ପଶ୍ଚିମବଙ୍ଗରେ ଜାରି ରହିଛି ଧାର୍ମିକ ଆୟୋଜନ
author img

By

Published : Apr 12, 2020, 11:44 AM IST

ନୂଆଦିଲ୍ଲୀ: ଲକ୍ ଡାଉନରେ ପଶ୍ଚିମବଙ୍ଗର ଖାମଖିଆଲି ଉପରେ କେନ୍ଦ୍ର ଆପତ୍ତି କରିଛି । ରାଜ୍ୟରେ ଅତ୍ୟାବଶ୍ୟକ ନଥିବା ସାମଗ୍ରୀର ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି ଏବଂ ପୋଲିସ ମଧ୍ୟ ଧାର୍ମିକ କାର୍ଯ୍ୟକ୍ରମକୁ ଅନୁମତି ଦେଇଛି । ଏନେଇ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ତଥା ପୋଲିସର ମହାନିର୍ଦ୍ଦେଶକଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଚିଠି ଲେଖିଛ ।

ଚିଠିରେ ଉଲ୍ଲେଖ ରହିଛି ଯେ, ପନିପରିବା, ମାଛ ଏବଂ ମାଂସ ବଜାରରେ କୌଣସି ନିୟନ୍ତ୍ରଣ ନାହିଁ। ଏ ସମ୍ପର୍କରେ ପଶ୍ଚିମବଙ୍ଗ ସରକାରଙ୍କଠାରୁ ଗୃହ ମନ୍ତ୍ରଣାଳୟ ଉତ୍ତର ମାଗିଛି। ସୁରକ୍ଷା ଏଜେନ୍ସିର ରିପୋର୍ଟ ଅନୁଯାୟୀ, ପଶ୍ଚିମବଙ୍ଗରେ ଲକ୍ ଡାଉନରେ ଧୀରେ ଧୀରେ କମିବାରେ ଲାଗିଛି । ରାଜ୍ୟ ସରକାରଙ୍କ ଦ୍ବାରା ଛାଡ ଦିଆଯାଇଥିବା ବାଣିଜ୍ୟିକ ପ୍ରତିଷ୍ଠାନଗୁଡିକର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି ।

ପ୍ରକାଶଥାଉକି, ନାର୍କେଲ ଦଙ୍ଗା ଭଳି ସ୍ଥାନରେ କୋଭିଡ -19 ପରି ମାମଲା ଅଧିକ ଦେଖାଯାଇଛି। ପୋଲିସ ଧାର୍ମିକ କାର୍ଯ୍ୟକ୍ରମକୁ ଅନୁମତି ଦେଉଥିବା ମଧ୍ୟ ଏହା ସାମ୍ନାକୁ ଆସିଛି ବୋଲି ଚିଠିରେ ଦର୍ଶାଯାଇଛି। ଅନୁଷ୍ଠାନ ଯୋଗାଣ ବ୍ୟବସ୍ଥା ମାଧ୍ୟମରେ ମାଗଣା ରାସନ ବଣ୍ଟନ କରାଯାଉନାହିଁ, ବରଂ ନେତାଙ୍କ ଦ୍ବାରା ବଣ୍ଟନ କରାଯାଉଛି । ଏହି କାରଣରୁ ହୁଏତ କୋଭିଡ -19 ସଂକ୍ରମଣ ବୃଦ୍ଧି ପାଇଛି ।

ମନ୍ତ୍ରଣାଳୟ କହିଛି ଯେ, କୋଲକାତାରେ ରାଜବାଜାର, ନାର୍କେଲ ଦଙ୍ଗା, ଟୋପିସିଆ, ମେଟାବୁର୍ଜ, ଗାର୍ଡେନେରିଚ, ଇକବାଲପୁର ଏବଂ ମୁନିକଟଲା ଭଳି ସ୍ଥାନରେ ପନିପରିବା, ମାଛ ଏବଂ ମାଂସ ବଜାରରେ କୌଣସି ନିୟନ୍ତ୍ରଣ ନାହିଁ ଏବଂ ସେଠାରେ ଲୋକମାନେ ନିଜ ମଧ୍ୟରେ ଦୂରତା ରଖୁ ନାହାଁନ୍ତି ।

ତେବେ ଏହି ପ୍ରସଙ୍ଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ଶୀଘ୍ର ମନ୍ତ୍ରଣାଳୟକୁ ଏକ ରିପୋର୍ଟ ଦିଆଯାଉ ବୋଲି ଅନୁରୋଧ କରାଯାଇଛି। ଭବିଷ୍ୟତରେ ଏହିପରି ଉଲ୍ଲଂଘନର ପୁନରାବୃତ୍ତି ନହେବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ନେଇ ମଧ୍ୟ ଅନୁରୋଧ କରାଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.