ETV Bharat / bharat

ମେ' 3 କୁ ବଢିଲା ଭାରତରେ ଫସିରହିଥିବା ବିଦେଶୀଙ୍କ ଭିସା ଅବଧି

ଗୃହ ମନ୍ତ୍ରଣାଳୟ ଶୁକ୍ରବାର କୋରୋନା ଭାଇରସ କାରଣରୁ ଭାରତରେ ଫସି ରହିଥିବା ସମସ୍ତ ବିଦେଶୀଙ୍କ ନିୟମିତ ଏବଂ ଇ-ଭିସାକୁ ବଢେଇ ଦେଇଛନ୍ତି ।

Foreigners Stranded in India
ବିଦେଶୀଙ୍କ ଭିସା ମେ 3 ଯାଏଁ ବୃଦ୍ଧି
author img

By

Published : Apr 18, 2020, 11:00 AM IST

ନୂଆଦିଲ୍ଲୀ: ଗୃହ ମନ୍ତ୍ରଣାଳୟ ଶୁକ୍ରବାର କୋରୋନା ଭାଇରସ କାରଣରୁ ଭାରତରେ ଫସି ରହିଥିବା ସମସ୍ତ ବିଦେଶୀଙ୍କ ନିୟମିତ ଏବଂ ଇ-ଭିସାକୁ ବଢେଇ ଦେଇଛନ୍ତି । ଗୃହ ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ, ଭାରତ ଆସିବାକୁ ଥିବା କୂଟନୀତିଜ୍ଞ ତଥା ଜାତିସଂଘର ଅଧିକାରୀଙ୍କ ବ୍ୟତୀତ ଅନ୍ୟ ବିଦେଶୀଙ୍କୁ ଦିଆଯାଇଥିବା ଭିସା ଆସନ୍ତା ମେ 3 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ବିଶ୍ବର ଅନେକ ଅଞ୍ଚଳରେ COVID-19ର ପ୍ରସାର କାରଣରୁ ଭାରତ ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା ଯାତ୍ରା ପ୍ରତିବନ୍ଧକକୁ ମଧ୍ୟ ଉଠାଯାଇଛି । ଯେଉଁମାନଙ୍କ ଭିସା ଫେବୃଆରୀୱ1 ରୁ ମେ 3 ମଧ୍ୟରେ ଶେଷ ହେଉଥିବ ,ସେମାନଙ୍କ ଭିସାର ସମୟର ସୀମା ବୃଦ୍ଧି କରାଯାଇଛି ବୋଲି ଏକ ରିପୋର୍ଟରେ ଏହା ଦର୍ଶାଯାଇଛି ।

କୂଟନୀତିଜ୍ଞ, ସରକାରୀ, ଜାତିସଂଘ ଏବଂ ଆନ୍ତର୍ଜାତୀୟ ସଂଗଠନ, ନିଯୁକ୍ତି ଏବଂ ପ୍ରକଳ୍ପ ବର୍ଗର ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ ବିଦେଶୀଙ୍କୁ ଦିଆଯାଇଥିବା ସମସ୍ତ ଭିସା ସ୍ଥଗିତାଦେଶକୁ ଗୃହ ମନ୍ତ୍ରଣାଳୟ ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ବୋଲି ରିପୋର୍ଟରେ କୁହାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.