ETV Bharat / bharat

ଗଣତି ବେଳେ ହିଂସାର ଆଭାସ, ସମସ୍ତ ରାଜ୍ୟରେ ଆଲର୍ଟ ଜାରି - inciting

ଭୋଟ ଗଣତି ବେଳେ ହିଂସା ନେଇ ସୂଚନା ପରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଜଳରେ ଆଲର୍ଟ ଜାରି କଲା ଗୃଦ ମନ୍ତ୍ରଣାଳୟ ।

ଫାଇଲ ଫଟୋ
author img

By

Published : May 23, 2019, 4:36 AM IST

ନୂଆଦିଲ୍ଲୀ: ସମସ୍ତ ପ୍ରତିକ୍ଷାର ଅନ୍ତ ଘଟାଇ ଆଉ କିଛି ଘଣ୍ଟା ପରେ ଆସିବ ନିର୍ବାଚନୀ ଫଳାଫଳ । ତେବେ ଏବାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସଚେତନ କରିଛନ୍ତି । ଦେଶର ବିଭିନ୍ନ ଅଞ୍ଚଳରେ ଭୋଟ ଗଣତି ସମୟରେ କିମ୍ବା ଏହା ପରେ ହିଂସା ହେବା ନେଇ ସମ୍ଭାବନା ରହିଥିବାରୁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସମସ୍ତ ଅଞ୍ଚଳରେ ଆଇନ ସେବା ସହ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ମଧ୍ୟ କୁହାଯାଇଛି ।

ଗୃହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକର ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭୋଟ ଗଣତି ବେଳେ ହିଂସା ହେବା ଆଶଙ୍କା ନେଇ ସତର୍କ କରାଇଛନ୍ତି । ଏହାସହ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକୁ ଷ୍ଟ୍ରଙ୍ଗରୁମ ଓ ଭୋଟ ଗଣତି ହେବାକୁ ଥିବା ସ୍ଥାନ ଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ କହିଛନ୍ତି ମନ୍ତ୍ରଣାଳୟ ।

ଜାତୀୟ ସୁରକ୍ଷା ଆୟୋଗକୁ ମିଳିଥିବା ସୂଚନା ଅନୁସାରେ ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ବିହାର ଓ ତ୍ରିପୁରା ଆଦି ସ୍ଥାନରେ କିଛି ଅନୁଷ୍ଠାନ କିମ୍ବା ବ୍ୟକ୍ତିଙ୍କ ମତାମତାରୁ ଭୋଟ ଗଣତିରେ ବାଧା ଉପୁଜିବା ତଥା ହିଂସା ହେବା ନେଇ ଆଭାସ ମିଳିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.