ETV Bharat / bharat

କେଜରିୱାଲଙ୍କୁ ଆଇନା ଦେଖାଇଲେ ମେଟ୍ରୋମ୍ୟାନ ଶ୍ରୀଧରନ

author img

By

Published : Jun 14, 2019, 9:32 PM IST

Updated : Jun 18, 2019, 10:56 AM IST

କେଜରିୱାଲଙ୍କ ମେଟ୍ରୋରେ ମହିଳାଙ୍କ ଦେୟମୁକ୍ତ ଯାତ୍ରା ନିଷ୍ପତ୍ତିକୁ ଭୁଲ ଦର୍ଶାଇଲେ ଦିଲ୍ଲୀ ମେଟ୍ରୋର ପ୍ରଥମ ପ୍ରବନ୍ଧ ନିର୍ଦ୍ଦେଶକ ଇ.ଶ୍ରୀଧରନ । ମହିଳାଙ୍କୁ ମେଟ୍ରୋରେ ମାଗଣା ଯାତ୍ରା କରାଇବା ଦ୍ବାରା ମେଟ୍ରୋକୁ କ୍ଷତି ସହିବାକୁ ପଡିବ ବୋଲି ସେ କହିଛନ୍ତି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ମେଟ୍ରୋରେ ମହିଳାଙ୍କ ଦେୟ ମୁକ୍ତ ଯାତ୍ରା ନିଷ୍ପତ୍ତିକୁ ଭୁଲ ଦର୍ଶାଇଲେ ଦିଲ୍ଲୀ ମେଟ୍ରୋର ପ୍ରଥମ ପ୍ରବନ୍ଧ ନିର୍ଦ୍ଦେଶକ ଇ.ଶ୍ରୀଧରନ । ମହିଳାଙ୍କୁ ମେଟ୍ରୋରେ ମାଗଣା ଯାତ୍ରା କରାଇବା ଦ୍ବାରା ମେଟ୍ରୋକୁ କ୍ଷତି ସହିବାକୁ ପଡିବ ବୋଲି ସେ କହିଛନ୍ତି । ତେବେ ଦିଲ୍ଲୀ ସରକାରଙ୍କ ଏହି ନିଷ୍ପତ୍ତିକୁ ଭୁଲ ଦର୍ଶାଇବା ସହ ଏହାକୁ କାର୍ଯ୍ୟକାରୀ ହେବାରେ ରୋକିବାକୁ ମୋଦିଙ୍କୁ ଚିଠି ମଧ୍ୟ ଲେଖିଛନ୍ତି ଶ୍ରୀଧରନ ।

ସେ କହିଛନ୍ତି ଭବିଷ୍ୟତରେ ମେଟ୍ରୋ ଲାଇନ ବଢିବ, ଯେଉଁଥିପାଇଁ ଅଧିକ ଟଙ୍କାର ଆବଶ୍ୟକତା ରହିଛି । ଏହା ବ୍ୟତିତ ଦିଲ୍ଲୀ ସରକାରଙ୍କ ଏହି ନିଷ୍ପତ୍ତି ପରେ ଅନ୍ୟ ସହରରେ ମଧ୍ୟ ଏଭଳି ଦାବି କରାଯିବ । ଯାହା ଦ୍ବାରା ମେଟ୍ରୋକୁ କ୍ଷତି ସହିବାକୁ ପଡିବ ବୋଲି ସେ କହିଛନ୍ତି । ତେବେ ମାଗଣା ମେଟ୍ରୋ ଯାତ୍ରା ବଦଳରେ ଲାଭାର୍ଥୀଙ୍କ ଲାଭରାଶି ସିଧା ସେମାନଙ୍କ ବ୍ୟାଙ୍କ ଖାତାରେ ମଧ୍ୟ ସରକାର ଦେଇପାରିବେ ବୋଲି ସେ ପରାମର୍ଶ ଦେଇଛନ୍ତି ।

ସୂଚନା ଯୋଗ୍ୟ ଯେ, ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବଡ ନିଷ୍ପତ୍ତି ନେଇଥିଲେ । ମେଟ୍ରୋ ଓ ଡିଟିସି ବସରେ ମହିଳାମାନେ ମାଗଣାରେ ଯାତ୍ରା କରିପାରିବେ ବୋଲି ସେ ଘୋଷଣା କରିଥିଲେ ।

Intro:Body:

gsdddddddddddddd

Conclusion:
Last Updated : Jun 18, 2019, 10:56 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.