ETV Bharat / bharat

ଫେସବୁକ ଲାଇଭ କରି ମେଟ୍ରୋ କର୍ମଚାରୀଙ୍କ ଆତ୍ମହତ୍ୟା

author img

By

Published : Aug 12, 2019, 11:12 AM IST

ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନରେ ଚାକିରି କରୁଥିବା ଶୁଭଙ୍କର ଚକ୍ରବର୍ତ୍ତୀ ନାମକ କର୍ମଚାରୀ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନର(DMRC) ଜଣେ କର୍ମଚାରୀ ନିଜ ଘରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିବା ସମୟରେ ସେ ଫେସବୁକ ଲାଇଭ କରିଥିଲେ । ମୃତକ ଜଣଙ୍କ ହେଉଛନ୍ତି ପଶ୍ଚମବଙ୍ଗର ଶୁଭଙ୍କର ଚକ୍ରବର୍ତ୍ତୀ ।

ପୋଲିସର ସୂଚନାନୂସାରେ 2 ଦିନ ପୂର୍ବରୁ ଶୁଭଙ୍କରଙ୍କୁ ଦେଖା କରିବା ପାଇଁ ତାଙ୍କ ବାପା ଆସିଥିଲେ । ଆଉ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା। ଏହି ଘଟଣାକୁ ନେଇ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ।

ଫେସବୁକ ଲାଇଭ ସମୟରେ ଶୁଭଙ୍କର ଡିଆରଏମସିର ୟୁନିଫର୍ମ ପିନ୍ଧିଥିବାର ନଜର ଆସିଛନ୍ତି । ଏହାସହ ସେ ଏକ କୁଲର ଉପରେ ଚଢି ପଙ୍ଖାରେ ରସି ଲଗାଇ ଥିଲେ। ଏହା ପରେ ସେ ନିଜର ପରିଚୟ ପତ୍ରକୁ 2 ଥର ଚୁମ୍ବନ ଦେଇଥିଲେ। ଗତ ଜୁନରେ ଶୁଭଙ୍କର ଡିଆରଏମସିରେ ବିଦ୍ୟୁତ ବିଭାଗରେ ଚାକିରି ପାଇଥିଲେ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଏହା ପରେ ସେ ପଙ୍ଖାରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ । ଯାହାର ଲାଇଭ ଭିଡିଓ ଶୁଭଙ୍କରଙ୍କ ସାଙ୍ଗ ସୂର୍ଯ୍ୟକାନ୍ତ ଦାସ ଦେଖି ପୋଲିସକୁ ଖବର ଦେଇଥିଲେ। ଏହାପରେ ପୋଲିସ ଘର କବାଟ ଭାଙ୍ଗି ତାଙ୍କର ମୃତଦେହକୁ ଜବତ କରିଥିଲା ।

ଶୁଭଙ୍କର ବିବାହିତ ଥିବାବେଳେ ତାଙ୍କ ପତ୍ନୀ ଗାଁରେ ଶାଶୁ ଶଶ୍ବରୁଙ୍କ ପାଖରେ ରୁହନ୍ତି । ଏହି ଖବର ତାଙ୍କ ସ୍ତ୍ରୀ ଆଉ ପରିବାରକୁ ଦିଆଯାଇଥିଲା । ସେମାନେ ପହଞ୍ଚିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.