ETV Bharat / bharat

ପଶ୍ଚିମବଙ୍ଗରେ ଆରମ୍ଭ ହେବ ମେଟ୍ରୋ ଓ ସ୍ଥାନୀୟ ରେଳ ସେବା! - ଆରମ୍ଭ ହେବ ମେଟ୍ରୋ ଓ ସ୍ଥାନୀୟ ରେଳ ସେବା

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ସରକାର ସ୍ଥାନୀୟ ଟ୍ରେନ ଏବଂ ମେଟ୍ରୋ ରେଳସେବା ପୁନଃଆରମ୍ଭ କରିବାକୁ ସବୁଜ ସଙ୍କେତ ଦେଇଛି । ସେହିପରି ଜୁଲାଇ 6ରୁ ସ୍ଥଗିତ ଥିବା 6ଟି ସହରରୁ କୋଲକାତାକୁ ବିମାନସେବା ଆରମ୍ଭ କରିବାକୁ ସରକାର ଅନୁମତି ଦେଇଛନ୍ତି । ଅଧିକ ପଢନ୍ତୁ...

ପଶ୍ଚିମବଙ୍ଗରେ ଆରମ୍ଭ ହେବ ମେଟ୍ରୋ ଓ ସ୍ଥାନୀୟ ରେଳ ସେବା!

author img

By

Published : Aug 27, 2020, 12:30 AM IST

କୋଲକାତା: ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ସରକାର ସ୍ଥାନୀୟ ଟ୍ରେନ ଏବଂ ମେଟ୍ରୋ ରେଳସେବା ପୁନଃଆରମ୍ଭ କରିବାକୁ ସବୁଜ ସଙ୍କେତ ଦେଇଛି । ସେହିପରି ଜୁଲାଇ 6ରୁ ସ୍ଥଗିତ ଥିବା 6ଟି ସହରରୁ କୋଲକାତାକୁ ବିମାନସେବା ଆରମ୍ଭ କରିବାକୁ ସରକାର ଅନୁମତି ଦେଇଛନ୍ତି ।

ପୂର୍ବରୁ ପଶ୍ଚିମବଙ୍ଗରେ ସେପ୍ଟେମ୍ବର 7, 11 ଏବଂ 12ରେ ସମ୍ପୂର୍ଣ୍ଣ ଲକଡାଉନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଯଦି କୋଭିଡ -19 ସ୍ଥିତିରେ ସୁଧାର ଆସେ ତେବେ ସେପ୍ଟେମ୍ବର 5ରେ ସ୍କୁଲ ଖୋଲିବାକୁ ଯୋଜନା କରୁଥିବା ରାଜ୍ୟ ସରକାର କହିଛନ୍ତି ।

ଛଅଟି ସହରରେ ପୂର୍ବରୁ ବିମାନ ସେବା ସ୍ଥଗିତ ରଖାଯାଇଛି । ସେପ୍ଟେମ୍ବର 1ରୁ ଏହି 6ଟି ସହରରୁ କୋଲକାତାକୁ ବିମାନ ସେବା ତିନିଦିନ ପାଇଁ ପୁନଃଆରମ୍ଭ ହୋଇପାରେ । ତେବେ ବର୍ତ୍ତମାନ ସୁଦ୍ଧା ବିମାନ ସେବା ପୁନଃଆରମ୍ଭ କରିବାକୁ ଆମେ ଅନୁମତି ଦେଇ ପାରିବୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କ୍ୟାବିନେଟ ବୈଠକ ପରେ କହିଛନ୍ତି।

ଦିଲ୍ଲୀ, ମୁମ୍ବାଇ, ପୁଣେ, ନାଗପୁର, ଚେନ୍ନାଇ ଏବଂ ଅହମ୍ମଦାବାଦରୁ କୋଲକାତା ଅଭିମୁଖେ ଯାତ୍ରା ଗତ ଜୁଲାଇ 6ରୁ ବନ୍ଦ ହୋଇଯାଇଛି । ଯଦି ମେଟ୍ରୋରେ ସାମାଜିକ ଦୂରତା ବଜାୟ ରଖି କୋଲକାତା ଏବଂ ଆଖପାଖରେ ସେବା ଆରମ୍ଭ କରିବାକୁ ଚାହୁଁଛି ତେବେ ଆମର କୌଣସି ଅସୁବିଧା ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏପରିକି ସ୍ଥାନୀୟ ଟ୍ରେନ୍ ସେବାଗୁଡିକ ମଧ୍ୟ ପର୍ଯ୍ୟାୟ କ୍ରମେ ଆରମ୍ଭ ହୋଇପାରେ ବୋଲି ସେ ଉଲ୍ଲେଖ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.