ରାଞ୍ଚି: ସାଇବର ଅପରାଧରେ ସାମିଲ ହେଉଥିବା ତଥା ଏହି ଅପରାଧରେ ସମ୍ପୃକ୍ତ ଥିବା ଲୋକଙ୍କୁ ଝାଡଖଣ୍ଡ ପୋଲିସ ପକ୍ଷରୁ ଏକ ସନ୍ଦେସ ଦିଆଯାଇଛି । ଟ୍ବିଟ୍ ଭାରତ ଜରିଆରେ ଦେଓଘର ଏସପି ସାଇବର କ୍ରାଇମକୁ ରୋକିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ।
ତେବେ ଦେଓଘର ଏସପି ଅଶ୍ବିନୀ କୁମାର ସିହ୍ନା କହିଛନ୍ତି ଯେ, 'ଏହି ସନ୍ଦେଶ ସେହି ଲୋକମାନଙ୍କ ପାଇଁ ଯେଉଁମାନେ ସାଇବର ଅପରାଧରେ ଜଡିତ ହେଉଛନ୍ତି । ମୁଁ ତାଙ୍କ ଅଭିଭାବକ ଏବଂ ପିତାମାତାଙ୍କୁ ଅନୁରୋଧ କରୁଛି ଯେ, ସେ ତାଙ୍କ ପିଲାଙ୍କ ଉପରେ ଧ୍ୟାନଦେବା ସହ ନଜର ରଖନ୍ତୁ । ଏଥିସହ ସ୍କୁଲ୍ କଲେଜର ଶିକ୍ଷକ ତଥା ଅଧ୍ୟାପକ/ଅଧ୍ୟାପିକାମାନେ ମଧ୍ୟ ଛାତ୍ରଛାତ୍ରୀଙ୍କ ଉପରେ ଧ୍ୟାନ ଦିଅନ୍ତୁ ।'
ଯଦି ସାଇବର କ୍ରାଇମ ସମ୍ପର୍କିତ କୌଣସି ସନ୍ଦେହ ଉତ୍ପନ୍ନ ହେଉଛି ତେବେ ତୁରନ୍ତ ପୋଲିସକୁ ଯୋଗାଯୋଗ କରିବାକୁ ଏସପି ଅଶ୍ବିନୀ କୁମାର କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ