ETV Bharat / bharat

ମେହବୁବାଙ୍କ ଟାର୍ଗେଟରେ ଟେଲିଭିଜନ ଆଙ୍କର - tv anchors

ଟିଭି ଆଙ୍କରମାନଙ୍କୁ କ୍ୟାଣ୍ଡି ଷ୍ଟୋରରେ ଛଡାଯାଇଥିବା ଛୁଆଙ୍କ ସହ ତୁଳନା କରିଛନ୍ତି ପିଡିପି ନେତ୍ରୀ ମେହବୁବା ମୁଫ୍‌ତି ।

ଫାଇଲ ଫଟୋ
author img

By

Published : May 20, 2019, 12:36 PM IST

ନୂଆଦିଲ୍ଲୀ: ଏକଜିଟ ପୋଲର ଫଳାଫଳକୁ ନେଇ ଆରମ୍ଭ ହୋଇଛି ତର୍କ ବିତର୍କ । ଏନେଇ ଗୋଟିଏ ପଟେ ଶାସକ ଏବଂ ବିରୋଧୀ ଦଳ ମଧ୍ୟରେ ବାକ୍‌ ଯୁଦ୍ଧ ଚାଲିଥିବା ବେଳେ ସେପଟେ ଗଣମାଧ୍ୟମର ଆଙ୍କରମାନଙ୍କୁ ଟାର୍ଗେଟ କରିଛନ୍ତି ଜମ୍ମୁ-କାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫ୍‌ତି । ଟିଭି ଆଙ୍କରମାନଙ୍କୁ କ୍ୟାଣ୍ଡି ଷ୍ଟୋରରେ ଛଡାଯାଇଥିବା ଛୁଆଙ୍କ ସହ ତୁଳନା କରିଛନ୍ତି ସେ ।

twitter
ଫଟୋ ସୌଜନ୍ୟ: ଟ୍ବିଟର

ନିଜ ଟ୍ବିଟର ଜରିଆରେ ଆଙ୍କରମାନଙ୍କୁ କଟାକ୍ଷ କରିବା ସହ ସେମାନଙ୍କ ପାଇଁ ଏକ କବିତା ମଧ୍ୟ ଲେଖିଛନ୍ତି ମେହବୁବା । ସେ ଟ୍ବିଟ କରି କହିଛନ୍ତି, 'ଛୁଆଙ୍କୁ କ୍ୟାଣ୍ଡି ଷ୍ଟୋରରେ ନେଇ ଛାଡିଦେଲେ ସେମାନେ ଯେପରି ଖୁସି ହେବେ, ବର୍ତ୍ତମାନ ଅଧିକାଂଶ ନ୍ୟୁଜ ଆଙ୍କର ଏକଜିଟ୍‌ ପୋଲର ଫଳାଫଳାକୁ ନେଇ ସେପରି ଖୁସି ହେଉଛନ୍ତି । ।'

ସୂଚନା ଯୋଗ୍ୟ ଯେ, ରବିବାର ସନ୍ଧ୍ୟାରେ ଅନେକ ଗଣମାଧ୍ୟମ ନିଜ ନିଜ ଏକଜିଟ୍‌ ପୋଲ ମାଧ୍ୟମରେ ସିଟ୍‌ ଆକଳନ କରିଛନ୍ତି । ଅଧିକାଂଶ ଏକଜିଟ୍‌ ପୋଲରେ ବିଜେପି ନେତୃତ୍ବାଧୀନ ଏନଡିଏକୁ ବହୁମତ ମିଳିବ ବୋଲି ଆକଳନ କରାଯାଇଛି । ପ୍ରାୟ ସମସ୍ତ ଗଣମାଧ୍ୟମ ନିଜ ପୋଲ ସର୍ଭେରେ ଏନଡିଏକୁ ବହୁମତ ଦେଇଛନ୍ତି ।

Intro:Body:

dsg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.