ETV Bharat / bharat

ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ମେଘାଳୟ ରାଜ୍ୟପାଳ

ଅଡୁଆ ଭିତରକୁ ଟାଣିନେଲା ବିବାଦୀୟ ବୟାନ । ମେଘାଳୟ ରାଜ୍ୟପାଳ ବଙ୍ଗଳା ଭାଷାଭାଷୀଙ୍କ ଉପରେ ବିବାଦୀୟ ବୟାନ ଦେଇ ଏବେ ଅଡୁଆରେ । ତାଙ୍କର ଏହି ବୟାନକୁ ବିରୋଧ କରିଛି ଟିଏମସି ।

author img

By

Published : Jun 6, 2019, 9:29 PM IST

ଫାଇଲ ଫଟୋ

ସିଲଂ: ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ମେଘାଳୟ ରାଜ୍ୟପାଳ ତଥାଗତ ରୟ । କହିଲେ ପଶ୍ଚିମବଙ୍ଗ କେବେ ମହାନ ଥିଲା । ହେଲେ ଏବେ ତାର ମହାନତା ନାହିଁ । ଏବେ ବଙ୍ଗାଳୀ ଲୋକ ଘର ସଫା କରୁଛନ୍ତି ଆଉ ଝିଅ ମାନେ ବାରରେ ନାଚୁଛନ୍ତି । ତେବେ ଏହି ମନ୍ତବ୍ୟକୁ ନେଇ ପଶ୍ଚିମବଙ୍ଗରେ ଜୋରସୋର ଚର୍ଚ୍ଚା ।

କିଛି ରାଜ୍ୟ ହିନ୍ଦି ଭାଷା ଜାଣିନଥିବା ଉପରେ ଟିପ୍ପଣୀ ରଖୁଥିବା ବେଳେ ବଙ୍ଗବାସୀଙ୍କ ଉପରେ ରଖିଥିଲେ ଏହି ବିବାଦୀୟ ଟିପ୍ପଣୀ । ତଥାଗତ ରୟ ନିଜେ ପଶ୍ଚିମବଙ୍ଗରେ ରୁହନ୍ତି । ଅନେକ ଦିନରୁ ସେ ବିଜେପି ସହ ଜଡିତ ଅଛନ୍ତି । ପଶ୍ଚିମବଙ୍ଗବାସୀଙ୍କ ଭିତରେ ଜ୍ଞାନ କମ ଥିବାରୁ ସେମାନେ ହିନ୍ଦି ଶିଖିପାରୁ ନାହାନ୍ତି ବୋଲି ଟ୍ବିଟ କରିଛନ୍ତି ତଥାଗତ। ଏପଟେ ତୃଣମୂଳ କଂଗ୍ରେସ ରାଜ୍ୟପାଳଙ୍କ ଏହି ବୟାନକୁ ବିରୋଧ କରିଛି ।

ଏହାର ଉତ୍ତରରେ ତଥାଗତ କହିଛନ୍ତି ଏହି ବିରୋଧ ବିଶେଷ ବଡ ଧରଣର ନୁହେଁ ବିରୋଧ ପଛରେ କେବଳ ରାଜନୈତିକ କାରଣ ରହିଛି । ଆସାମ, ମହାରାଷ୍ଟ୍ର ଏବଂ ଓଡିଶା ମଧ୍ୟ ଅଣହିନ୍ଦି ଭାଷୀ ରାଜ୍ୟ । ସେମାନେ କେବେ ହିନ୍ଦିକୁ ବିରୋଧ କରିନାହାଁନ୍ତି ।

Intro:Body:

terter

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.