ଶିଲଂ: ପୁଣି ଉଠିଲା ଗୋରଖାଲାଣ୍ଡ ଦାବି । ଗୋରଖା ସମ୍ପ୍ରଦାୟଙ୍କ ପାଇଁ ନୂତନ ତଥା ପୃଥକ ରାଜ୍ୟ ଗଢିବାକୁ ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ଦାବି । ଏନେଇ କେନ୍ଦ୍ରକୁ ଚିଠି ଲେଖି ଜଣାଇଲେ ସାଙ୍ଗମା । ଏଥିରେ ସେ ଲେଖିଛନ୍ତି, ଗୋରଖା ମଧ୍ୟ ଜଣେ ଯୋଗ୍ୟ ଭାରତୀୟ ନାଗରିକ, ଯେଉଁମାନଙ୍କ ନିଜସ୍ବ ପରିଚୟ ସହ ବାସଭୂମି ରହିବା ଜରୁରୀ ।
ସାଙ୍ଗମା ଶାହାଙ୍କୁ ଲେଖିଥିବା ଚିଠିରେ କହିଛନ୍ତି, ଭାରତୀୟ ସମାଜରେ ଫ୍ୟାବ୍ରିକକୁ ନେଇ ଗୋରଖାମାନେ ଅବଦାନ ଅତୁଳନୀୟ ଏବଂ ଭାରତର ଅନ୍ୟ ନାଗରିକଙ୍କ ପରି ଗୋରଖା ମଧ୍ୟ ଜଣେ ଯୋଗ୍ୟ ଭାରତୀୟ ନାଗରିକ, ଯେଉଁମାନେ ନିଜର ପରିଚୟ ଏବଂ ବାସଭୂମି ପାଇବାକୁ ଯୋଗ୍ୟ ।
ସେ ଗୋରଖା ସ୍ୱାଧୀନତା ସଂଗ୍ରାମୀ ଦୁର୍ଗା ମଲା, ବିଧାନସଭା ସଦସ୍ୟ ଡମ୍ବର ସିଂ ଏବଂ ଆରି ବାହାଦୂର ଗୁରୁଙ୍ଗ ଏବଂ କ୍ୟାପଟେନ ରାମ ସିଂ ଠାକୁରିଆଙ୍କ ଅବଦାନ ଉପରେ ମଧ୍ୟ ଆଲୋକପାତ କରିଥିଲେ।
ସଙ୍ଗମା ଗୋରଖାମାନଙ୍କୁ “ଏକ ସମ୍ମାନଜନକ ଏବଂ ସ୍ଥାୟୀ ରାଜନୈତିକ ସମାଧାନ” ପ୍ରଦାନ କରିବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ।