ଜମ୍ମୁ କାଶ୍ମୀର: ଧାରା 370 ଓ 35 (A) ଉଚ୍ଛେଦ ପରେ, ଏହାକୁ ପୁନଃସ୍ଥାପନ ପାଇଁ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଘରେ ଗୁପକାର ଘୋଷଣା (ପିପୁଲ୍ସ ଆଲାଏନ୍ସ ଫୋର ଡିକ୍ଲାରେସନ) ବୈଠକ ହୋଇଯାଇଛି । 370 ଧାରା ଉଚ୍ଛେଦ ବିରୋଧରେ ରାଜନୈତିକ ଲଢେଇ ଜାରି ରହିବ ବୋଲି ବୈଠକ ପରେ ମତ ପ୍ରକାଶ ପାଇଛି । ଏହି ବୈଠକରେ ନ୍ୟାସନାଲ କନ୍ଫରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା ଓ ଓମାର ଅବଦୁଲ୍ଲା ଉପସ୍ଥିତ ଥିଲେ ।
ଶ୍ରୀନଗରରେ 'ପିପୁଲ୍ସ ଆଲାଇନ୍ସ ଫର ଗୁପ୍ତକାର ଘୋଷଣା ନାମା' ବୈଠକ ପରେ ଫାରୁକ୍ ଅବଦୁଲ୍ଲା କହିଛନ୍ତି, ଏହା ଦେଶ ବିରୋଧୀ ମେଣ୍ଟ ନୁହେଁ । ଆମର ଉଦ୍ଦେଶ୍ୟ ହେଉଛି ଜମ୍ମୁ କାଶ୍ମୀର ଏବଂ ଲଦାଖ ଲୋକଙ୍କ ଅଧିକାର ପୁନଃସ୍ଥାପିତ କରିବା । ଧର୍ମ ନାମରେ ଆମକୁ ବିଭାଜନ କରିବାର ପ୍ରୟାସ ବିଫଳ ହେବ। ଏହା ଧାର୍ମିକ ଲଢେଇ ନୁହେଁ ବୋଲି ସେ କହିଛନ୍ତି । ଫାରୁକ୍ ଅବଦୁଲ୍ଲା ଏବଂ ଉପ ସଭାପତି ମେହବୁବା ମୁଫତି ଏକ ମାସ ମଧ୍ୟରେ ଏକ ଡକ୍ୟୁମେଣ୍ଟ୍ ପ୍ରସ୍ତୁତ କରିବେ ।
ସୂଚନାଥାଉକି ଗତ 2019 ଅଗଷ୍ଟ 5 ତାରିଖରେ ଜମ୍ମୁକାଶ୍ମୀରରେ ଧାରା 370 ଓ 35Aକୁ କେନ୍ଦ୍ର ସରକାର ଉଚ୍ଛେଦ କରାଯାଇଥିଲା । ଏହା ପରେ ଏନସି ନେତା ଫାରୁକ ଅବଦୁଲ୍ଲା, ଓମାର ଅବଦୁଲ୍ଲା ଓ ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କୁ ଗୃହବନ୍ଦୀ କରି ରଖାଯାଇଥିଲା ।
@ANI