ନୂଆଦିଲ୍ଲୀ: କୋରୋନା ସଙ୍କଟକୁ ଦୃଷ୍ଟିରେ ରଖି ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବାସଭବନରେ କେନ୍ଦ୍ର ମନ୍ତ୍ରୀ ମାନଙ୍କର ଏକ ବୈଠକ ହେବ। ଏହି ବୈଠକରେ କୋରୋନା ରିଲିଫ୍ ପ୍ୟାକେଜ୍ ଓ ଅର୍ଥନୈତିକ ସଂସ୍କାରର କାର୍ଯ୍ୟକାରିତା ଉପରେ ଆଲୋଚନା କରାଯିବ। ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନେକ ମନ୍ତ୍ରୀ ଉପସ୍ଥିତ ରହିବେ।
ରବିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 21 ଲକ୍ଷ କୋଟି ରିଲିଫ ପ୍ୟାକେଜର ପଞ୍ଚମ କିସ୍ତି ଘୋଷଣା କରିଛନ୍ତି। ଗ୍ରାମ-କୃଷକ ଓ ଶ୍ରମିକମାନଙ୍କ ଉପରେ ଅଧିକ ଗୁରୁତ୍ବ ଦିଆଯାଇଥିଲା । ରବିବାର ଅର୍ଥମନ୍ତ୍ରୀ କହିଛନ୍ତି ଯେ ସହରରୁ ଗାଁକୁ ଯାଉଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ MNREGA ବଜେଟରେ 40ହଜାର କୋଟି ଟଙ୍କା ବୃଦ୍ଧି କରାଯାଇଛି। ସେ କହିଛନ୍ତି ଯେ କେନ୍ଦ୍ର ସରକାର ଶ୍ରମିକମାନଙ୍କୁ 85 ପ୍ରତିଶତ ଖର୍ଚ୍ଚ ଦେଉଛନ୍ତି ଯାହା ସେମାନଙ୍କ ରାଜ୍ୟରେ ପହଞ୍ଚିବ।