ETV Bharat / bharat

ଗୋଟିଏ ପରିବାରର 16 ସଦସ୍ୟ କୋରୋନା ଆକ୍ରାନ୍ତ

author img

By

Published : May 10, 2020, 2:50 PM IST

ୟୁପିର ମେରଟ ଜିଲ୍ଲାରେ ଗୋଟିଏ ପରିବାରର 16 ଜଣ କୋରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

_corona
ଗୋଟିଏ ପରିବାର 16 ସଦସ୍ୟ କୋରୋନା ଆକ୍ରାନ୍ତ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଥମିବାର ନାମ ନେଉନି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୟୁପିର ମେରଟ ଜିଲ୍ଲାରେ ଗୋଟିଏ ପରିବାରର 16 ଜଣ କୋରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସୂଚନାନୁସାରେ, ଏହି ପରିବାର ଜଣେ ପନିପରିବା ବିକ୍ରେତାଙ୍କ ଅଟନ୍ତି । ଯିଏ ନିକଟରେ କୋରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି । ତେବେ ଏକାସାଙ୍କରେ ଗୋଟିଏ ପରିବାରରୁ 16 ଜଣ ଆକ୍ରାନ୍ତ ହେବାକୁ ନେଇ ଆଖପାଖ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ଯାହା ସ୍ଥାନୀୟ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି ।

ସୂଚନାନୁସାରେ, ନିକଟରେ ନବୀନ ପରିବା ମଣ୍ଡିର ଜଣେ ବଡ ଫଳ ବ୍ୟବସାୟୀଙ୍କର ଦିଲ୍ଲୀ ଆପୋଲୋ ମେଡିକାଲରେ ମୃତ୍ୟୁ ଘଟିଥିଲା । ସେ କୋରୋନା ଆକ୍ରାନ୍ତ ଥିବା ଜଣାପଡିଥିଲା । ତେବେ ପୂର୍ବରୁ ସେ ମେରଟର ସୁଭାରତି ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେତେବେଳେ ସେ କୋରୋନା ଆକ୍ରାନ୍ତ ନଥିଲେ । କିନ୍ତୁ ଦିଲ୍ଲୀରେ କୋରୋନା ପରୀକ୍ଷା ପରେ ତାଙ୍କ ରିପୋର୍ଟ ପଜେଟିଭ ଆସିଥିଲା । କିଛିଦିନ ପରେ ତାଙ୍କର ମୃତ୍ୟୁ ଘଟିଥିଲା ।

ପ୍ରକାଶ ଥାଉକି, ବର୍ତ୍ତମାନ ସୁଦ୍ଧା ଉତ୍ତରପ୍ରଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 3373ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 1499 ଆକ୍ରାନ୍ତ ସୁସ୍ଥ ହୋଇଘରକୁ ଫେରିଥିବା ବେଳେ 74 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.