ETV Bharat / bharat

ହାଇଡ୍ରୋକ୍ସିକ୍ଲୋରୋକ୍ବିନ ଔଷଧ ସେବନ, ସ୍ବାସ୍ଥ୍ୟକର୍ମୀଙ୍କୁ କୋରୋନା ଆଶଙ୍କା କମ: ICMR - କୋରୋନା ସଙ୍କଟ

କୋରୋନା ସଙ୍କଟରେ ଆକ୍ରାନ୍ତଙ୍କୁ ଅନେକ ସ୍ଥାନରେ ହାଇଡ୍ରୋକ୍ସିକ୍ଲୋରୋକ୍ବିନ ଔଷଧ ଦିଆଯାଉଛି । ଏହାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଔଷଧକୁ ସଞ୍ଜୀବନୀ ବୋଲି କହିଥିଲେ। ଅଧିତ ପଢନ୍ତୁ...

ହାଇଡ୍ରୋକ୍ସିକ୍ଲୋରୋକ୍ବିନ ଔଷଧ ଖାଇବା ଦ୍ବାରା ସ୍ବାସ୍ଥ୍ୟକର୍ମୀଙ୍କୁ କୋରୋନା ହେବାର ଆଶଙ୍କା କମ: ICMR

author img

By

Published : Jun 1, 2020, 4:28 PM IST

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ବିଶ୍ୱରେ କୋରୋନା ଭାଇରସ ପାଇଁ କୌଣସି ଔଷଧ ବାହାରି ନାହିଁ । ଏଭଳି ପରିସ୍ଥିତିରେ କୋରୋନା ଆକ୍ରାନ୍ତଙ୍କୁ ଅନେକ ସ୍ଥାନରେ ହାଇଡ୍ରୋକ୍ସିକ୍ଲୋରୋକ୍ବିନ ଔଷଧ ଦିଆଯାଉଛି । ଯଦିଓ ଏହି ଔଷଧର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଅଛି ବୋଲି ଦାବି କରାଯାଉଛି, କିନ୍ତୁ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ପୁଣି ଥରେ କହିଛି ଯେ, ଏହି

ଔଷଧର ବ୍ୟବହାର ଦ୍ବାରା କୋରୋନା ଚିକିତ୍ସାରେ ନିୟୋଜିତ ମେଡିକାଲ କର୍ମଚାରୀଙ୍କ ସଂକ୍ରମଣର ଆଶଙ୍କା ହ୍ରାସ କରିଥାଏ ।

ଇଣ୍ଡିଆନ ଜର୍ନାଲ ଅଫ ମେଡିକାଲ ରିସର୍ଚ୍ଚରେ ହାଇଡ୍ରୋକ୍ସିକ୍ଲୋରୋକ୍ବିଇନ ବ୍ୟବହାର କରିବାର ଉପକାରିତା ବିଷୟରେ ଏକ ଅଧ୍ୟୟନ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ଯେ, 4ଟି ଔଷଧ ସେବନ କଲେ କୋରୋନା ହେବାର ଆଶଙ୍କା କମିଯାଏ । ତେବେ ଆଇସିଏମଆର ଏହା ମଧ୍ୟ କହିଛି ଯେ, ଏହା ଦ୍ବାରା କୋରୋନା ଆକ୍ରାନ୍ତ ଆରୋଗ୍ୟ ହୋଇପାରିବେ ତାହା ନିଶ୍ଚିତ ନୁହେଁ । ଗତ ସପ୍ତାହରେ ସାଇନ୍ସ ଜର୍ଣ୍ଣାଲ ଲାନସେଟରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ହାଇଡ୍ରୋକ୍ସିକ୍ଲୋରୋକ୍ବିଇନ ବ୍ୟବହାର ଦ୍ବାରା କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁର ଆଶଙ୍କା ବଢିଥାଏ।

ତେବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଔଷଧକୁ ସଞ୍ଜୀବନୀ ବୋଲି କହିଥିଲେ। ଏପରିକି ସେ ଭାରତ ଉପରେ ଚାପ ପକାଇ ହାଇଡ୍ରୋକ୍ସିକ୍ଲୋରୋକ୍ବିନ ଔଷଧ ଆମେରିକାକୁ ପଠାଇବାକୁ ଦାବି କରିଥିଲେ । ଏହା ବ୍ୟତୀତ ଭାରତ ଏହି ଔଷଧକୁ 12ରୁ ଅଧିକ ଦେଶକୁ ରପ୍ତାନି କରିଥିଲା। ଏହି କୋରୋନା ସଙ୍କଟରେ ହାଇଡ୍ରୋକ୍ସିକ୍ଲୋରୋକ୍ବିନ ପରୀକ୍ଷା କରିବାର ଆବଶ୍ୟକତା କେହି ବୁଝିଲେ ନାହିଁ ଏବଂ ପ୍ରତ୍ୟକ୍ଷ ଚିକିତ୍ସାରେ ଏହା ବ୍ୟବହୃତ ହେବାକୁ ଲାଗିଲା ।

ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA ) ହାଇଡ୍ରୋକ୍ସିକ୍ଲୋରୋକ୍ବିନର ଖରାପ ପ୍ରଭାବ ବିଷୟରେ ଚେତାବନୀ ଦେଇ କହିଛି ଯେ, ଏହା ହୃଦଘାତର କାରଣ ମଧ୍ୟ ହୋଇପାରେ। ଏହାର ବ୍ୟବହାର ସାଂଘାତିକ ପ୍ରମାଣିତ ହୋଇପାରେ । FDA କହିଛି ଯେ, ହାଇଡ୍ରୋକ୍ସିକ୍ଲୋରୋକ୍ବିନ ଏବଂ କ୍ଲୋରୋକ୍ବିନ ପରି ଔଷଧ କେବଳ ଡାକ୍ତରଖାନା କିମ୍ବା କ୍ଲିନିକାଲ ପରୀକ୍ଷଣରେ ବ୍ୟବହାର କରାଯିବା ଉଚିତ । ଏଥି ସହିତ, WHO ସ୍ୱାସ୍ଥ୍ୟ ଜରୁରୀକାଳୀନ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ମାଇକେଲ ରେୟାନ କହିଛନ୍ତି ଯେ, ଅନେକ ରୋଗ ପାଇଁ ଉଭୟ ଔଷଧ ଲାଇସେନ୍ସପ୍ରାପ୍ତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.