ETV Bharat / bharat

ହାଥରସ ପୀଡିତାଙ୍କ ଗାଁକୁ ଗଣମାଧ୍ୟମକୁ ଅନୁମତି, ରାଜନେତାଙ୍କୁ ମନା - ହାଥରସ ପୀଡିତାଙ୍କ ଗାଁକୁ ଗଣମାଧ୍ୟମକୁ ଅନୁମତି

ହାଥରସ ପୀଡିତାଙ୍କ ଗ୍ରାମକୁ ଯିବାକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ମିଳିଲା ଅନୁମତି । କିନ୍ତୁ କୌଣସି ରାଜନୈତିକ ଦଳକୁ ଭେଟିବାକୁ ଦିଆଯିବ ନାହିଁ । ଏପଟେ ପରିବାର ସଦସ୍ୟଙ୍କ ଫୋନ୍‌କୁ ନିଆଯିବା କିମ୍ବା ସେମାନଙ୍କ ଘରେ ବନ୍ଦ କରି ରଖିବା ବିଷୟରେ ସମସ୍ତ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି ହାଥରସ ସଦର ଏସଡିଏମ୍ ପ୍ରେମ ପ୍ରକାଶ ମୀନା।

ହାଥରସ ପୀଡିତାଙ୍କ ଗାଁକୁ ଯାଇପାରିବେ ଗଣମାଧ୍ୟମ, ରାଜନେତାଙ୍କୁ ମନା

author img

By

Published : Oct 3, 2020, 11:52 AM IST

ଲକ୍ଷ୍ନୌ: ହାଥରସକୁ ଯିବାକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ମିଳିଲା ଅନୁମତି । କିନ୍ତୁ କୌଣସି ରାଜନୈତିକ ଦଳକୁ ଭେଟିବାକୁ ଦିଆଯିବ ନାହିଁ। ଏପଟେ ପରିବାର ସଦସ୍ୟଙ୍କ ଫୋନ୍‌କୁ ନିଆଯିବା କିମ୍ବା ସେମାନଙ୍କ ଘରେ ବନ୍ଦ କରି ରଖିବା ବିଷୟରେ ସମସ୍ତ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି ହାଥରସ ସଦର ଏସଡିଏମ୍ ପ୍ରେମ ପ୍ରକାଶ ମୀନା ।

ହାଥରସ ଗଣ ଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା । ଉତ୍ତରପ୍ରଦେଶରେ ମାମଲା ଗମ୍ଭୀର ରୂପ ନେଉଥିବା ଉତ୍ତେଜନା ବଢିବାରେ ଲାଗିଛି। ତେବେ ପୀଡିତାଙ୍କ ମୃତ ଦେହକୁ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର ନକରି ଜବରଦସ୍ତ ପୋଡି ଦେଇବାକୁ ନେଇ ନିଆଁ ସବୁଆଡେ ଆଲୋଡନ ସୃଷ୍ଟି ହୋଇଥିଲା ।

ଏପରିକି ଉକ୍ତ ଘର ପରିସରରେ ଧାରା 144 ଲାଗୁ କରିବା ସହ ଗ୍ରାମକୁ କାହାକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇନଥିଲା। ତେବେ ଘଟଣାର ସତ୍ୟାସତ୍ୟ ଜାଣିବାକୁ ସେଠାକୁ ଯାଇଥିବା ମିଡିଆ କର୍ମୀଙ୍କୁ କିଛି ଲୋକ ଘେରିଯାଇ ମାଡ ମାରିଥିଲେ ଓ ସେମାନଙ୍କର ପୋଷାକ ମଧ୍ୟ ଚିରି ଦିଆଯାଇଥିଲା।

ତେବେ ଗଣମାଧ୍ୟମ କର୍ମଚାରୀଙ୍କ ଉପରକୁ କେଉଁମାନେ ଆକ୍ରମଣ କରିଛନ୍ତି ତାହା ସ୍ପଷ୍ଟ ହୋଇନଥିବା ବେଳେ ଏହାକୁ ନେଇ ଅନେକ ପ୍ରଶ୍ନ ଛିଡା ହୋଇଛି। ହେଲେ ପ୍ରବଳ ହଟ୍ଟଗୋଳ ଓ ସମାଲୋଚନା ପରେ ଯୋଗୀ ସରକାର ଏବେ ଆକ୍ସନ ମୁଡକୁ ଆସିଛନ୍ତି। ପୂର୍ବରୁ ଅନୁମତି ନଥିବା ପୀଡିତାଙ୍କ ପରିବାରକୁ କେବଳ ଗଣମାଧ୍ୟମ ସଂସ୍ଥା ଭେଟି ପାରିବେ ବୋଲି ଅନୁମତି ଦେଇଛନ୍ତି ।

ତେବେ ଏହି ଘଟଣା ପରେ ଶନିବାର ଉତ୍ତରପ୍ରଦେଶ ଗସ୍ତରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ସାଂସଦଙ୍କ ଏକ ପ୍ରତିନିଧୀ ଦଳ ଯାଇଥିଲେ। ହେଲେ ତାଙ୍କୁ ସେଠାକୁ ଯିବାକୁ ନଦିଆଯିବ ସହ ମାଡ ମରାଯାଇଥିଲା। ଏପରିକି ରାହୁଲଙ୍କ ସମେତ ଅନ୍ୟ କର୍ମୀଙ୍କୁ ଗିରଫ କରାଯାଇଥିଲା।

'ହାଥରସ' ହ୍ୟାସଟ୍ୟାଗ ବ୍ୟବହାର କରି ହିନ୍ଦୀରେ ଏକ ଟ୍ୱିଟରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ୟୁପି ସରକାର ଏବଂ ପୋଲିସର ଏବଂ ତାଙ୍କ ପରିବାରଙ୍କ ଆଚରଣ ମୋ ପାଇଁ ଗ୍ରହଣୀୟ ନୁହେଁ। କୌଣସି ଭାରତୀୟ ଏହାକୁ ଗ୍ରହଣ କରିବା ଉଚିତ ନୁହେଁ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.