ETV Bharat / bharat

ଅଣ-ବିଜେପି ମେଣ୍ଟ ଅଟକଳ ପାଇଁ ପ୍ରସ୍ତୁତ ନୁହଁନ୍ତି ମାୟାବତୀ ! - rahul-gandhi

ମାୟାବତୀ ଆଜି ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ଟିଡିପି ଅଧ୍ୟକ୍ଷ ଚନ୍ଦ୍ରବାବୁ ନାଇଡୁଙ୍କ ସହ ବୈଠକ କରିବେ ବୋଲି ରାଜନୈତିକ ଗଳିରେ ଚର୍ଚ୍ଚା ହେଉଥିଲା । କିନ୍ତୁ ଏହି ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି ମାୟାବତୀ ।

ଫାଇଲ ଫଟୋ
author img

By

Published : May 20, 2019, 9:21 AM IST

ଲକ୍ଷ୍ନୌ: ଲୋକସଭା ନିର୍ବାଚନର ମତଦାନ ଶେଷ ହେଉ ହେଉ ନୂଆ ସରକାର ଗଢିବା ପାଇଁ ଅଣ୍ଟା ଭିଡିଲେଣି ବିଭିନ୍ନ ରାଜନୈତିକ ଦଳ । ଇତି ମଧ୍ୟରେ ମୋଦିଙ୍କୁ ହରାଇବା ପାଇଁ ବିପକ୍ଷର ମେଣ୍ଟ ଅଟକଳ ମଧ୍ୟ ବଢିଯାଇଥିବା ଦେଖିବାକୁ ମିଳିଛି । ଏନେଇ ଦୀର୍ଘ 2 ଦିନ ହେବ ବିରୋଧୀ ଦଳର ହେଭିୱେଟଙ୍କ ସହ ମାରାଥନ ବୈଠକ କରିଥିଲେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । କିନ୍ତୁ ଏହି କ୍ଷେତ୍ରରେ ଉତ୍ତର ପ୍ରଦେଶର ବଡ ବିରୋଧୀ ନେତ୍ରୀ ବିଏସପି ସୁପ୍ରିମୋ ମାୟାବତୀ ଏବେ ସୁଦ୍ଧା ଖାତା ଖୋଲି ନାହାଁନ୍ତି ।

ମାୟାବତୀ ଆଜି ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ଟିଡିପି ଅଧ୍ୟକ୍ଷ ଚନ୍ଦ୍ରବାବୁ ନାଇଡୁଙ୍କ ସହ ବୈଠକ କରିବେ ବୋଲି ରାଜନୈତିକ ଗଳିରେ ଚର୍ଚ୍ଚା ହେଉଥିଲା । କିନ୍ତୁ ଏହି ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି ମାୟାବତୀ । ଏହି ସାକ୍ଷାତକାର ହେବ ନାହିଁ ବୋଲି କହିଛନ୍ତି ବିଏସପି ମହାସଚିବ ସତୀଶ ଚନ୍ଦ୍ର ମିଶ୍ରା । ମାୟାବତୀଙ୍କର ଦିଲ୍ଲୀ ଯିବାର କୌଣସି କାର୍ଯ୍ୟକ୍ରମ ନାହିଁ । ସେ ଆଜି ଲକ୍ଷ୍ନୌରେ ହିଁ ରହିବେ ବୋଲି ମିଶ୍ରା କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ଦେଶରେ ଅଣ-ବିଜେପି ସରକାର ଗଠନ ଦିଗରେ ମାୟାବତୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି । ଏହି ପ୍ରସଙ୍ଗରେ ସେ ସୋମବାର ରାହୁଲ ଏବଂ ସୋନିଆଙ୍କୁ ଭେଟିବେ ବୋଲି କୁହାଯାଉଥିଲା ।

Intro:Body:

dsg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.