ETV Bharat / bharat

କୋରୋନାରେ ଅଧିକ ପ୍ରଭାବିତ ହୋଇଛନ୍ତି ମହିଳା, ଶିଶୁ ଏବଂ କିଶୋର: ହର୍ଷ ବର୍ଦ୍ଧନ - Maximum impact of COVID-19 faced by women, children and adolescents

ମହାମାରୀ କୋରୋନାର ସର୍ବାଧିକ ପ୍ରଭାବ ମହିଳା, ଶିଶୁ ଏବଂ କିଶୋରମାନଙ୍କ ଉପରେ ପଡ଼ିଥାଏ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ମଙ୍ଗଳବାର କହିଛନ୍ତି। ଏକ ଭିଡିଓ ଲିଙ୍କ ମାଧ୍ୟମରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବର୍ଦ୍ଧନ କହିଛନ୍ତି ଯେ ମହିଳା, ଶିଶୁ ଏବଂ କିଶୋରମାଙ୍କୁ ସମସ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଜାରି କରିଛି। ଅଧିକ ପଢନ୍ତୁ...

Maximum impact of COVID-19 faced by women, children and adolescents
କୋରୋନାରେ ଅଧିକ ପ୍ରଭାବିତ ହୋଇଛନ୍ତି ମହିଳା, ଶିଶୁ ଏବଂ କିଶୋର: ହର୍ଷ ବର୍ଦ୍ଧନ
author img

By

Published : Sep 30, 2020, 11:50 AM IST

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ କୋରୋନାର ତାଣ୍ଡବଲୀଳା ଜାରି ରହିଛି । ପ୍ରତିଦିନ ଲକ୍ଷ ଲକ୍ଷ କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିବାରେ ଲାଗିଛି । ଏହାସହ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ତେବେ ଏହି କୋରୋନାର ସର୍ବାଧିକ ପ୍ରଭାବ ମହିଳା, ଶିଶୁ ଏବଂ କିଶୋରମାନଙ୍କ ଉପରେ ପଡ଼ିଥାଏ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ମଙ୍ଗଳବାର କହିଛନ୍ତି। ଏକ ଭିଡିଓ ଲିଙ୍କ ମାଧ୍ୟମରେ ମାତୃ, ନବଜାତ ଶିଶୁ ଏବଂ ଶିଶୁ ସ୍ବାସ୍ଥ୍ୟ ଉପରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବର୍ଦ୍ଧନ କହିଛନ୍ତି ଯେ ମହିଳା, ଶିଶୁ ଏବଂ କିଶୋରମାଙ୍କୁ ସମସ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଜାରି କରିଛି।

ସଂକଳ୍ପ ହେଉଛି ଏକ ସମ୍ପୂର୍ଣ୍ଣ ପ୍ରତିକ୍ରିୟାଶୀଳ ଏବଂ ଉତ୍ତରଦାୟୀ ସ୍ବାସ୍ଥ୍ୟ ବ୍ୟବସ୍ଥା, ଯାହା କେବଳ ଏକ ସକରାତ୍ମକ ପ୍ରସବ ଅଭିଜ୍ଞତା ସୃଷ୍ଟି କରିବ ନାହିଁ ବରଂ ମାତୃ ନିବାରକ ଓ ନବଜାତ ଶିଶୁର ମୃତ୍ୟୁକୁ ମଧ୍ୟ ରୋକିବାରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ଭାରତର ମାତୃ ମୃତ୍ୟୁହାର ମଧ୍ୟମ ସ୍ତରର ଏକ ପର୍ଯ୍ୟାୟ ଆଡକୁ ଗତି କରୁଛି ଏବଂ ବିଶ୍ଳେଷଣରୁ ଜଣାପଡିଛି ଯେ ବ୍ୟାପକ ମାତୃ ମୃତ୍ୟୁ ପ୍ରସୂତି ଚିକିତ୍ସାର ଅଭାବ କିମ୍ବା ବିଳମ୍ବ ହେତୁ ହୋଇଥାଏ, ଯାହାକୁ ରୋକାଯାଇ ପାରିଥାନ୍ତା।

ଏହା ସହ କୋଭିଡ୍ ଯୁଦ୍ଧରେ ନିଜ ଜୀବନ ଉତ୍ସର୍ଗୀକୃତ ଯୋଦ୍ଧାମାନଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ, ବ୍ୟକ୍ତିଗତ ପ୍ରତିରକ୍ଷା ଉପକରଣ ଏବଂ ଲାଇଫ୍ ଇନସୁରାନ୍ସ ପ୍ରଦାନ କରିବାକୁ ପଦେକ୍ଷେପ ନେଇଛୁ ବୋଲି ବର୍ଦ୍ଧନ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.