ETV Bharat / bharat

କ୍ବାରେଣ୍ଟାଇନରେ ନିଜାମୁଦ୍ଦିନ ମର୍କାଜର ମୁଖ୍ୟ ମୌଲାନା ସାଦ୍

author img

By

Published : Apr 9, 2020, 12:54 PM IST

ସରକାରଙ୍କ ନିଷେଧାଦେଶ ସତ୍ତ୍ବେ ତବଲିଗୀ ଜମାତର ଏକ ସଭା ଆୟୋଜନ ପାଇଁ ବିବାଦର କେନ୍ଦ୍ରରେ ମୌଲାନା ମହମ୍ମଦ ସାଦ କାନ୍ଦାଲଭି । ସେ ବର୍ତ୍ତମାନ ଦକ୍ଷିଣ ପୂର୍ବ ଦିଲ୍ଲୀର ନିକଟତମ ସହଯୋଗୀଙ୍କ ବାସଭବନରେ କ୍ବାରେନଟାଇନରେ ଅଛନ୍ତି ।

Maulana Saad in quarantine
ନିଜାମୁଦ୍ଦିନ ମାରକାଜର ମୁଖ୍ୟ ମୌଲାନା ସାଦ୍

ନୂଆଦିଲ୍ଲୀ: ସରକାରଙ୍କ ନିଷେଧାଦେଶ ସତ୍ତ୍ବେ ତବଲିଗୀ ଜମାତର ଏକ ସଭା ଆୟୋଜନ ପାଇଁ ବିବାଦର କେନ୍ଦ୍ରରେ ମୌଲାନା ମହମ୍ମଦ ସାଦ କାନ୍ଦାଲଭି । ସେ ବର୍ତ୍ତମାନ ଦକ୍ଷିଣ ପୂର୍ବ ଦିଲ୍ଲୀର ନିକଟତମ ସହଯୋଗୀଙ୍କ ବାସଭବନରେ କ୍ବାରେଣ୍ଟାଇନରେ ଅଛନ୍ତି ।

ଦିଲ୍ଲୀ ପୋଲିସ କ୍ରାଇମ ବ୍ରାଞ୍ଚ CRPC ର ଧାରା 91 ଅନୁଯାୟୀ ମର୍କାଜ ମୁଖ୍ୟଙ୍କୁ ଦ୍ବିତୀୟ ବିଜ୍ଞପ୍ତି ଜାରି କରିଛନ୍ତି । କିନ୍ତୁ ସେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବେ ନାହିଁ ବୋଲି ଓକିଲ ସୂଚନା ଦେଇଛନ୍ତି ।

ମର୍କାଜ ମୁଖ୍ୟ ଓକିଲ ଫୁଜାଇଲ ଅହମ୍ମଦ ଆୟୁବି କହିଛନ୍ତି ଯେ, ପୋଲିସ ଦ୍ବାରା ନିଆଯାଉଥିବା ସମସ୍ତ ପଦକ୍ଷେପରେ ସାହାଯ୍ୟ କରିବୁ । ଭବିଷ୍ୟତରେ ଉକ୍ତ ଘଟଣାର ଅନୁସନ୍ଧାନ କରିବାକୁ ନେଇ ମାରକାଜ ସମ୍ପୁର୍ଣ୍ଣ ସହଯୋଗ କରିବ।

ମାରକାଜରେ ଜମା ହୋଇଥିବା ପ୍ରାୟ 25 ହଜାର ଜମାତ ସଦସ୍ୟଙ୍କୁ କ୍ବାରେଣ୍ଟାଇନ କରାଯାଇଥିବା ସରକାର ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.