ETV Bharat / bharat

ରାଜସ୍ଥାନ ସରକାରର ମନ୍ତ୍ରୀ ବନୱର ଲାଲ ମେଘୱାଲଙ୍କ ଦେହାନ୍ତ

author img

By

Published : Nov 16, 2020, 9:32 PM IST

ରାଜସ୍ଥାନ ସରକାରଙ୍କ ସାମାଜିକ ନ୍ୟାୟ ମନ୍ତ୍ରୀ ବନୱର ଲାଲ ମେଘୱାଲଙ୍କ ଦେହାନ୍ତ । ସେ ଗତ କିଛିଦିନ ଧରି ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅଶୋକ ଗେହଲଟ ଦୁଃଖ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

bhanwar-lal-meghwal-died
ରାଜସ୍ଥାନ ସରକାରର ମନ୍ତ୍ରୀ ମାଷ୍ଟର ଭଅଁରଲାଲ ମେଘୱାଲଙ୍କ ଦେହାନ୍ତ, ଶୋକ ବ୍ୟକ୍ତ ପିଏମ ମୋଦି

ଜୟପୁର: କଂଗ୍ରେସର ବରିଷ୍ଠ ମନ୍ତ୍ରୀ ତଥା ରାଜସ୍ଥାନ ସରକାରଙ୍କ ସାମାଜିକ ନ୍ୟାୟ ମନ୍ତ୍ରୀ ବନୱର ଲାଲ ମେଘୱାଲଙ୍କ ଦେହାନ୍ତ । ସେ ଗତ କିଛିଦିନ ଧରି ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

ରାଜସ୍ଥାନ ସରକାରର ମନ୍ତ୍ରୀ ବନୱର ଲାଲ ମେଘୱାଲଙ୍କ ଦେହାନ୍ତ
ରାଜସ୍ଥାନ ସରକାରର ମନ୍ତ୍ରୀ ବନୱର ଲାଲ ମେଘୱାଲଙ୍କ ଦେହାନ୍ତ

1980ରେ ସେ ପ୍ରଥମ ଥର ପାଇଁ ସୁଜାନଗଢ ଆସନରୁ ବନୱର ଲାଲ ମେଘୱାଲ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନରେ ​​ଜିତିଥିଲେ । ଏହା ପରେ ସେ ଏହି ଆସନରୁ କ୍ରମାଗତ ଭାବରେ ପ୍ରତିଦ୍ବନ୍ଦ୍ବୀତା କରିଆସୁଥିଲେ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ପାଞ୍ଚ ଥର ବିଧାୟକ ଥିଲେ । ଗତ ମେ 13 ତାରିଖରେ ବନୱର ଲାଲ ମେଘୱାଲଙ୍କୁ ମସ୍ତିଷ୍କ ଆଘାତ ଯୋଗୁଁ ଏସଏମଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ମେ’ 15ରେ ଏୟାରଲିଫ୍ଟ ମାଧ୍ୟମରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ବନୱର ଲାଲ ମେଘୱାଲ 2 ଜୁଲାଇ 1948 ରେ ଚୁରୁ ଜିଲ୍ଲାର ସୁଜାନଗଡ ଉପଖଣ୍ଡର ଶୋଭାସର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଗୋଟିଏ ପୁଅ ଏବଂ ଦୁଇ ଝିଅ ଅଛନ୍ତି ।

ସେ ସରକାରୀ ଶିକ୍ଷକରୁ ରାଜନୀତିକୁ ପ୍ରବେଶ କରିଥିଲେ ଏବଂ ରାଜନୀତିରେ ସଫଳ ହୋଇ 5 ଥର ବିଧାୟକ ହୋଇଥିଲେ । ତାଙ୍କ ବିୟୋଗରେ ରାଜସ୍ଥାନ କଂଗ୍ରେସର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ କଂଗ୍ରେସ ନେତା ସଚିନ ପାଇଲଟ ଓ ଅନ୍ୟନେତା ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.