ETV Bharat / bharat

ମିଆଁମାରରେ ଭୟଙ୍କର ଭୂସ୍ଖଳନ: 13 ମୃତ, ଆହୁରି ଅନେକ ଚାପି ରହିଥିବା ସୂଚନା - ହପାକାଣ୍ଟର କାୟିନ ଚାଉଙ୍ଗ ଗ୍ରାମ

ମିଆଁମାରର ନିଷିଦ୍ଧ ବେଆଇନ ଖଣିରେ ପଥର ଭୂସ୍ଖଳନ ଘଟି 13 ଲୋକଙ୍କ ମୃତ୍ୟୁ ଘଟିଛି । ଏହାସହ ଖଣି ତଳେ ଆହୁରି ଅନେକ ଚାପି ରହିଥିବାର ଅନୁମାନ କରାଯାଉଛି ।

ପ୍ରତିକାତ୍ମକ ଫଟୋ
author img

By

Published : Jul 29, 2019, 9:16 AM IST

ୟାନଗନ(ମିଆଁମାର): ଭୟଙ୍କର ଭୂସ୍ଖଳନରେ ଥରିଛି ମିଆଁମାର । ନିଷିଦ୍ଧ ବେଆଇନ ଖଣିରେ ପଥର ଭୂସ୍ଖଳନ ଘଟି 13ଜଣଙ୍କ ମୃତ୍ୟୁ ଘଟିଛି । ଏହାସହ ଖଣି ତଳେ ଆହୁରି ଅନେକ ଚାପି ରହିଥିବାର ଅନୁମାନ କରାଯାଉଛି ।

ରବିବାର ସ୍ଥାନୀୟ ସମୟ ଅପରାହ୍ନ 2ଟାରେ ଏହି ଘଟଣା ଘଟିଛି । ହପାକାଣ୍ଟର କାୟିନ ଚାଉଙ୍ଗ ଗ୍ରାମରେ ଏହି ଘଟଣା ଘଟିଥିବା ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି । ଏଠାରେ ଏକ ନିଷିଦ୍ଧ ପଥର ଖଣିରେ ଏକ କମ୍ପାନୀର କିଛି କର୍ମଚାରୀ କାମ କରୁଥିଲେ । ଏହାସହ ଖଣିକୁ କିଛି ସୁରକ୍ଷାକର୍ମୀ ମଧ୍ୟ ଜଗିଥିଲେ ।

ତେବେ ଏମାନେ କାମ କରୁଥିବାବେଳେ ହଠାତ ଏକ ବିରାଟ ପଥର ଚଟାଣ ଭୁଶୁଡି ପଡିଥିଲା । ଫଳରେ କର୍ମଚାରୀଙ୍କ ସମେତ ସୁରକ୍ଷାକର୍ମୀ ତଳେ ଚାପି ହୋଇଯାଇଥିଲେ । ବିରାଟ ପଥର ଖଣ୍ଡ ସବୁ ଭାଙ୍ଗି ଏମାନଙ୍କ ଉପରେ ପଡିଥିବାରୁ ଲୋକଙ୍କ ମୃତଦେହ ଉଦ୍ଧାର କରିବା କଷ୍ଟକର ହୋଇପଡିଥିଲା ।

ଏପର୍ଯ୍ୟନ୍ତ 13ଟି ମୃତଦେହ ଉଦ୍ଧାର ହୋଇଛି । ଆହୁରି 5ରୁ 6 ଜଣ ଫସିଥିବା ଅନୁମାନ କରାଯାଉଛି । ସରକାର ଏହି ଖଣିକୁ ବାଜ୍ୟାପ୍ତି ଘୋଷଣା କରିଥିବାବେଳେ କେଉଁ ପରିସ୍ଥିତିରେ ଲୋକ କାମ କରୁଥିଲେ, ତାହାର ତଦନ୍ତ ହେବ ବୋଲି ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି ।

Intro:Body:

BLANK FOR BUSINESS

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.