ETV Bharat / bharat

ଭାରତକୁ ବଡ ସଫଳତା, ମାସୁଦ ଗ୍ଲୋବାଲ ଟେରୋରିଷ୍ଟ ଘୋଷିତ

author img

By

Published : May 1, 2019, 7:17 PM IST

ପୁଲୱାମା ସ୍ଥିତ ଅବନ୍ତିପୋରାରେ ହୋଇଥିବା ସିଆରପିଏଫ ଯବାନଙ୍କ ଉପରେ ଆତ୍ମଘାତୀ ଆକ୍ରମଣର ମାଷ୍ଟର ମାଇଣ୍ଡ ମାସୁଦ ଆଝାରକୁ ଗ୍ଲୋବାଲ ଟେରୋରିଷ୍ଟ ଘୋଷଣା କଲା ଜାତିସଂଘ । କାନ୍ଦାହାର କାଣ୍ଡ ହେଉ ଅବା ପୁଲୱାମାରେ ହୋଇଥିବା ବଡ ଆତଙ୍କୀ ଆକ୍ରମଣରେ ମାସୁଦର ସଂପୃକ୍ତି ରହି ଆସିଛି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଭାରତକୁ ମିଳିଲା ବଡ ସଫଳତା । ଆତଙ୍କୀ ମାସୁଦ ଆଝାରକୁ ଆନ୍ତର୍ଜାତୀୟ ଆତଙ୍କୀ ଘୋଷଣା କରିଛି ଜାତିସଂଘ । ଜୈଶ-ଇ-ମହମ୍ମଦ ମୁଖିଆ ମାସୁଦ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜାତିସଂଘର ସୁରକ୍ଷା ପରିଷଦ ।

ଫେବୃଆରୀ ୧୪ରେ ପୁଲୱାମା ସ୍ଥିତ ଅବନ୍ତିପୋରାରେ ହୋଇଥିବା ସିଆରପିଏଫ ଯବାନଙ୍କ ଉପରେ ଆତ୍ମଘାତୀ ଆକ୍ରମଣର ମାଷ୍ଟର ମାଇଣ୍ଡ ହେଉଛି ମାସୁଦ । ଏହାପରେ ଭାରତ କ୍ରମାଗତ ମାସୁଦକୁ ଆନ୍ତର୍ଜାତୀୟ ଆତଙ୍କୀ ଘୋଷଣା କରିବାକୁ ପ୍ରୟାସ କରୁଥିଲା । କିନ୍ତୁ ଏହି ମାର୍ଗରେ ମୁଖ୍ୟ ବାଧକ ସାଜିଥିଲା ଚୀନ । ଭିଟୋ ପାୱାରରେ ମାସୁଦର ସୁରକ୍ଷା କବଚ ପାଲଟିଥିଲା ଚୀନ । କିନ୍ତୁ ଜାତିସଂଘରୁ ଭିଟୋ ହଟାଇ ଦେଇଛି ଚୀନ ।

କାନ୍ଦାହାର କାଣ୍ଡ ହେଉ ଅବା ପୁଲୱାମା ହୋଇଥିବା ପରି ବଡ ଆତଙ୍କୀ ଆକ୍ରମଣରେ ମାସୁଦର ସଂପୃକ୍ତି ରହି ଆସିଛି । ୯୦ ଦଶକରେ ସେ ଜମ୍ମୁ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ରହିଥିଲା । ୧୯୯୪ରେ ତାକୁ ଶ୍ରୀନଗରରୁ ଗିରଫ କରାଯାଇଥିଲା । ମାତ୍ର କାନ୍ଦାହାର କାଣ୍ଡ ପରେ ଭାରତ ସରକାର ବାଧ୍ୟ ହୋଇ ତାକୁ ମୁକ୍ତ କରିଥିଲା । ସେହିଦିନ ଠାରୁ ସେ ଭାରତ ପାଇଁ ଚିନ୍ତାର କାରଣ ପାଲଟିଥିଲା ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.