ETV Bharat / bharat

ଛତିଶଗଡର ମାସ୍କ ଦିଦି ଜେସି, 10 ହଜାର ମାସ୍କ ପ୍ରସ୍ତୁତ କରିବା ଲକ୍ଷ୍ୟ - corona virus

ଛତିଶଗଡ ରାଇଗଡରେ ଥିବା ରେହବ ଫାଉଣ୍ଡେସନ 10 ହଜାର ମାସ୍କ ପ୍ରସ୍ତୁତ କରିବାର ଲକ୍ଷ୍ୟ ରଖିଛି । ଏହାର ସଂଚାଳକ କରୁଥିବା ଜେସି ଫିଲିପ ମାସ୍କ ଦିଦି ହୋଇ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ଅଧିକ ପଢନ୍ତୁ...

Mask Did
ଛତିଶଗଡର ମାସ୍କ ଦିଦି ଜେସି, 10 ହଜାର ମାସ୍କ ପ୍ରସ୍ତୁତ କରିବା ଲକ୍ଷ୍ୟ
author img

By

Published : Apr 22, 2020, 2:43 PM IST

ରାୟପୁର: କୋରୋନା ଜୀବାଣୁ ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ଜାରିରହିଛି । ଏହି ପରିପ୍ରେକ୍ଷୀରେ ସମସ୍ତେ ନିଜକୁ ରକ୍ଷା କରିବାକୁ ଚିନ୍ତା କରୁଛନ୍ତି । ଆହୁରି ମଧ୍ୟ, କିଛି ଲୋକ ସେମାନଙ୍କର ସାହାଯ୍ୟ ଜାରି ରଖିଛନ୍ତି । ଏହି ସମୟ ମଧ୍ୟରେ, ଛତିଶଗଡ ରାଇଗଡରେ ଥିବା ରେହବ ଫାଉଣ୍ଡେସନ 10 ହଜାର ମାସ୍କ ପ୍ରସ୍ତୁତ କରିବାର ଲକ୍ଷ୍ୟ ରଖିଛି । ଏହାର ସଂଚାଳକ କରୁଥିବା ଜେସି ଫିଲିପ ମାସ୍କ ଦିଦି ହୋଇ ଲୋକଙ୍କୁ ସାହାଯ୍ୟ କରୁଛନ୍ତି।

Mask Did
ଛତିଶଗଡର ମାସ୍କ ଦିଦି ଜେସି, 10 ହଜାର ମାସ୍କ ପ୍ରସ୍ତୁତ କରିବା ଲକ୍ଷ୍ୟ

ଦୀର୍ଘ ଦିନ ଧରି ଅସୁସ୍ଥତା ହେତୁ ଜେସି ଫିଲିପ ଚାଲିପାରନ୍ତି ନାହିଁ । ସେ କୁହନ୍ତି ତାଙ୍କର ସମସ୍ତ କାର୍ଯ୍ୟ ଏକ ହ୍ୱିଲ୍ ଚେୟାରରେ କରନ୍ତି । କିନ୍ତୁ ତାଙ୍କର ଉଦ୍ଦେଶ୍ୟ ଦୃଢ ଅଟେ। ତାଙ୍କ ସହକର୍ମୀମାନଙ୍କ ସହ ମିଶି ସେ ପ୍ରାୟ 3000 ମାସ୍କ ପ୍ରସ୍ତୁତ କରିସାରିଛନ୍ତି । ମାସ୍କ ତିଆରି କରିବା ପାଇଁ ଘରେ ଦିନରାତି କଠିନ ପରିଶ୍ରମ କରି ସେ ଏହି ସମସ୍ତ ମାସ୍କକୁ ପ୍ରଶାସନକୁ ହସ୍ତାନ୍ତର କରିବେ ବୋଲି ସ୍ଥିର କରିଛନ୍ତି ।

ଜେସି ମହିଳା ଏବଂ ଶିଶୁଙ୍କ ପାଇଁ କାର୍ଯ୍ୟ କରିଆସୁଛନ୍ତି। ସେ ରେହବ ଫାଉଣ୍ଡେସନର ସଞ୍ଚାଳକ ଅଟନ୍ତି । ତାଙ୍କ ପ୍ରତିଷ୍ଠାନ ମାନସିକ ବିକାରଗସ୍ତ କିମ୍ବା ଅସହାୟ ଲୋକଙ୍କୁ ସାହାଯ୍ୟ କରେ । କିମ୍ବା ଯେଉଁମାନେ କୌଣସି କାରଣରୁ ନିଜ ପରିବାରଠାରୁ ଅଲଗା ହୋଇଯାଇଛନ୍ତି । ଏହିପରି ଲୋକମାନଙ୍କର ପୁନଃଥଇଥାନ କରିଥାନ୍ତି । ଏହି ମାସ୍କ ତିଆରି କରିବା ପାଇଁ ଜେସିଙ୍କୁ କିଛି ସଂସ୍ଥା ପୋଷାକ ଯୋଗାଉଛନ୍ତି । 15 ଜଣ ମହିଳା ମଧ୍ୟ ତାଙ୍କ ସହିତ କାମ କରୁଛନ୍ତି।

ଜେସି କହିଛନ୍ତି ଯେ ଏକ ମାସ୍କ ତିଆରି କରିବାକୁ 15 ରୁ 20 ମିନିଟ୍ ସମୟ ଲାଗିଥାଏ । ଏହାର ମୂଲ୍ୟ 4 ରୁ 5 ଟଙ୍କା ଅଟେ। ସେ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମାସ୍କରେ କାମ କରିଥାନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.