ETV Bharat / bharat

ବୈବାହିକ ଦୁଷ୍କର୍ମ ଓ ମହିଳାଙ୍କ ମାନସିକ ସ୍ୱାସ୍ଥ୍ୟ - ImpactsMental Health of Women

ଭାରତରେ ସ୍ତ୍ରୀ ଜନସଂଖ୍ୟାର ଏକ ବଡ ଭାଗ ନିଜ ଭାଗ୍ୟକୁ ଆଦରି ସ୍ୱାମୀଙ୍କ ଯୈାନ ନିର୍ଯାତନା ସହିନିଅନ୍ତି । ଏହା ସେମାନଙ୍କ ଜୀବନର ଅଂଶ ବୋଲି ଭାବନ୍ତି । କାରଣ ଆରମ୍ଭରୁ ହିଁ ସେମାନେ ଭେଦଭାବ ପରିବେଶରେ ବଢିଥାନ୍ତି । କିନ୍ତୁ ନିର୍ଯାତନା ମହିଳାମାନଙ୍କୁ ଗଭୀର ଭାବେ ପ୍ରଭାବିତ କରେ । ମହିଳାମାନେ ମାନସିକ ଯନ୍ତ୍ରଣାରେ ଛଟପଟ ହୋଇଥାନ୍ତି । ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ବିଗିଡିଯାଏ । ଅବସାଦ , ବ୍ୟଗ୍ରତା ଭଳି ମାନସିକ ରୋଗରେ ପୀଡିତ ହୋଇଥାନ୍ତି ।

ବୈବାହିକ ଦୁଷ୍କର୍ମ ଓ ମହିଳାଙ୍କ ମାନସିକ ସ୍ୱାସ୍ଥ୍ୟ

author img

By

Published : Sep 6, 2020, 12:04 PM IST

ଭାରତରେ ଆଜି ପର୍ଯ୍ୟନ୍ତ ବୈବାହିକ ବଳାତ୍କାର ବେଆଇନ ହୋଇନାହିଁ । ବିବାହ ପରେ ବିନା ସହମତିରେ ଯୌନ ସଂପର୍କ ବେଆଇନ୍ ନ ହେବା ପଛରେ ହୁଏତ କିଛି ସାମାଜିକ କାରଣ ଦାୟୀ । କିନ୍ତୁ ସବୁଠୁ ବଡ କାରଣ ହେଲା ପୁରୁଷର ଏକଚାଟିଆ ବ୍ୟବହାର । ସ୍ତ୍ରୀ ଠାରୁ ସେ ଯେତେବେଳେ ଚାହିଁବ , ଏପରିକି ଜୋର୍ ଜବରଦସ୍ତ ଯୌନ ଅନୁଗ୍ରହ ପାଇବା ତାର ଅଧିକାର ବୋଲି ସ୍ୱାମୀ ଭାବେ । ମନସ୍ତତ୍ୱବିତ ଡକ୍ଟର ବୀଣା କ୍ରିଷ୍ଣନଙ୍କ ଅନୁସାରେ ଆମ ସମାଜରେ ଶାରୀରିକ ଅନ୍ତରଙ୍ଗତା ଓ କାମନା ପୁରୁଷମାନଙ୍କଠାରେ ଅଧିକ ଥାଏ । ତେଣୁ ସ୍ତ୍ରୀର ଅସହମତି ସତ୍ୱେ ତାଠାରୁ ଯୈାନ ତୃପ୍ତି ଦାବି କରିବା ହକଦାର ବୋଲି ପୁରୁଷ ସର୍ବଦା ବିଶ୍ୱାସ କରେ ।

ଭାରତରେ ସ୍ତ୍ରୀ ଜନସଂଖ୍ୟାର ଏକ ବଡ ଭାଗ ନିଜ ଭାଗ୍ୟକୁ ଆଦରି ସ୍ୱାମୀଙ୍କ ଯୈାନ ନିର୍ଯାତନା ସହିନିଅନ୍ତି । ଏହା ସେମାନଙ୍କ ଜୀବନର ଅଂଶ ବୋଲି ଭାବନ୍ତି । କାରଣ ଆରମ୍ଭରୁ ହିଁ ସେମାନେ ଭେଦଭାବ ପରିବେଶରେ ବଢିଥାନ୍ତି । କିନ୍ତୁ ନିର୍ଯାତନା ମହିଳାମାନଙ୍କୁ ଗଭୀର ଭାବେ ପ୍ରଭାବିତ କରେ । ମହିଳାମାନେ ମାନସିକ ଯନ୍ତ୍ରଣାରେ ଛଟପଟ ହୋଇଥାନ୍ତି । ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ବିଗିଡିଯାଏ । ଅବସାଦ , ବ୍ୟଗ୍ରତା ଭଳି ମାନସିକ ରୋଗରେ ପୀଡିତ ହୋଇଥାନ୍ତି ।

ବୈବାହିକ ବଳାତ୍କାରର କାରଣ

ଡକ୍ଟର ବୀଣା କ୍ରିଷ୍ଣନଙ୍କ କହିବାନୁସାରେ ଅନେକ ସମୟରେ ଇଗୋ କ୍ଲାସ୍ ଯୋଗୁଁ ସ୍ୱାମୀ ସ୍ତ୍ରୀକୁ ଯୌନ ନିର୍ଯାତନା ଦେଇଥାଏ । ନିଜର ଇଗୋ ହର୍ଟ ହେଲେ ସ୍ୱାମୀ, ସ୍ତ୍ରୀ ଉପରେ ଆଧିପତ୍ୟ ଜାହିର କରିବା ପାଇଁ ଦଣ୍ଡବିଧାନ ସ୍ୱରୂପ ଜୋର ଜବରଦସ୍ତ ଯୌନ କ୍ରିୟା କରି ଆତ୍ମସନ୍ତୋଷ ଲାଭ କରିଥାଏ । ବାରମ୍ବାର ନିର୍ଯାତନା ଯୋଗୁଁ ମାନସିକ ଚାପଗ୍ରସ୍ତ ହୋଇ ମହିଳାଙ୍କ ଯୌନ କାମନା ହ୍ରାସ ପାଏ । ନିଜ ସ୍ୱାମୀଠାରୁ ଦୂରେଇ ରହିବା ଭଳି ସେ ମନେ କରନ୍ତି ପୀଡିତା । ଶାରୀରିକ ଅନ୍ତରଂଗତା ପାଇଁ ସମ୍ମତି ନ ଜଣାଇଲେ ମହିଳାଙ୍କୁ ପୁଣି ଥରେ ଯୈାନ ଉତ୍ପୀଡନର ଶୀକାର ହେବାକୁ ପଡିଥାଏ । ବୈବାହିକ ବଳାତ୍କାର ଦ୍ୱାରା କେବଳ ଶାରୀରିକ ଭାବେ ନିଜର ଆଧିପତ୍ୟ ଜାହିର କରିବାକୁ ଚାହେଁ ନାହିଁ ପୁରୁଷ । ଧମକ ଚମକ ଦେଇ ସ୍ତ୍ରୀକୁ ସେ ମାନସିକ ଭାବେ ନିର୍ଯାତନା ଦେବାକୁ ବି ଚେଷ୍ଟା କରେ ।

ଡକ୍ଟର ବୀଣାଙ୍କ ମତରେ ଯେଉଁ ପୁରୁଷ ନିଜ ସ୍ତ୍ରୀକୁ ବଳାତ୍କାର କରେ, ତାକୁ ମାନସିକ ଭାବେ ସୁସ୍ଥ ବୋଲି କୁହାଯାଇପାରିବ ନାହିଁ । ସ୍ତ୍ରୀ ଉପରେ କେବଳ ନିଜର ପତିଆରା ଜାହିର କରିବା ପାଇଁ ପୁରୁଷ ବୈବାହିକ ବଳାତ୍କାର କରେ । ଅନେକ ବୈବୈହିକ ବଳାତ୍କାର ମାମଲାରେ ଅଭିଯୁକ୍ତ ପୁରୁଷ ନିଜକୁ ଅସୁରକ୍ଷିତ ଓ କମ୍ ଆତ୍ମସମ୍ମାନ ବୋଧ କରିଥାଏ । ଡକ୍ଟର ବୀଣା କହନ୍ତି ଯେ, ସ୍ତ୍ରୀ ଠାରୁ ଯୌନ ଅନୁଗ୍ରହ ନ ପାଇଲେ ଅଧିକାଂଶ ପୁରୁଷ ଏହାକୁ ନିଜର ବିଫଳତା ବୋଲି ମନେ କରନ୍ତି । ତେଣୁ ସେମାନଙ୍କ ମନରେ ଅସୁରକ୍ଷିତ ଭାବନା ସୃଷ୍ଟି ହୋଇଥାଏ । ତେଣୁ ସ୍ତ୍ରୀର ସହମତି ବିନା ସେମାନେ ଜୋର୍ ଜବରଦସ୍ତ ଯୌନ ସଂପର୍କ ରଖନ୍ତି । ସେମାନଙ୍କୁ ଅଧିକ ନିର୍ଯାତନା ଦିଅନ୍ତି । ଏ ପ୍ରକାର ମାନସିକତା ହୀନମନ୍ୟତାର ପରିଚାୟକ ବୋଲି ଡକ୍ଟର ବୀଣା କହନ୍ତି ।

ବୈବାହିକ ବଳାତ୍କାର ମହିଳାମାନଙ୍କୁ ଗଭୀର ଭାବେ ପ୍ରଭାବିତ କରେ । ସେମାନଙ୍କ ବୈବାହିକ ଜୀବନ ସୁଖମୟ ହୁଏ ନାହିଁ । ନିର୍ଯାତନା ଆଶଙ୍କାରେ ସେମାନେ ସବୁବେଳେ ମାନସିକ ଅବସାଦରେ ରହନ୍ତି । ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ବୈବାହିକ ବଳାତ୍କାରର ପ୍ରଭାବ ପଡେ । କ୍ଲିନିକାଲ ଡିପ୍ରେସନ, ବ୍ୟଗ୍ରତାରେ ପୀଡିକ ହୁଅନ୍ତି ମହିଳାମାନେ।ଏସବୁ ଦ୍ୱାରା ବିଭିନ୍ନ ଶାରୀରିକ ସମସ୍ୟା ବି ଦେଖାଯାଏ । ସେମାନେ ଇନସୋମନିଆ, ହରମୋନାଲ ଅସନ୍ତୁଳନ ପରି ସମସ୍ୟାର ସମ୍ମୁଖୀନ ହୁଅନ୍ତି । ବୈବାହିକ ବଳାତ୍କାର ମାମଲାରେ ବାସ୍ତବ ଦୃଷ୍ଟିକୋଣରୁ ଅଭିଯୁକ୍ତକୁ ଦଣ୍ଡବିଧାନ ସମ୍ଭବ ନୁହେଁ । କିନ୍ତୁ ବୈବାହିକ ଜୀବନରେ ଏପରି ଝଡ ସୃଷ୍ଟି ହେଲେ ତୁରନ୍ତ ଦଂପତିମାନେ ପେସାଦାର ପରାମର୍ଶ ଲୋଡିବା ଦରକାର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.