ETV Bharat / bharat

ବେଙ୍ଗାଲୁରୁ ବିମାନବନ୍ଦରରେ ପାର୍ସଲରୁ 72 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

author img

By

Published : Nov 2, 2020, 1:55 PM IST

ବେଙ୍ଗାଲୁରୁରୁ ଆମେରିକା ପଠାଯାଉଥିବା ଏକ ପାର୍ସଲରୁ 448 ଗ୍ରାମର ଗଞ୍ଜେଇ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ 72 ଲକ୍ଷ ଟଙ୍କା ବୋଲି ଜଣା ପଡ଼ିଛି । ଅଧିକ ପଢନ୍ତୁ...

Marijuana worth Rs 72L found in parcel at Bengaluru airport
ବେଙ୍ଗାଲୁରୁ ବିମାନବନ୍ଦରରେ ପାର୍ସଲରୁ 72 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ବେଙ୍ଗାଲୁରୁ: ରବିବାର ଦିନ ବେଙ୍ଗାଲୁରୁ ବିମାନବନ୍ଦରରୁ ଜବତ ହେଲା 72 ଲକ୍ଷ ଟଙ୍କାର ଗଞ୍ଜେଇ । ତେବେ ବେଙ୍ଗାଲୁରୁରୁ ଆମେରିକା ପଠାଯାଉଥିବା ଏକ ପାର୍ସଲରୁ 448 ଗ୍ରାମର ଗଞ୍ଜେଇ ଜବତ କରାଯାଇଛି । ଖବର ଅନୁଯାୟୀ, ଏକ ଖେଳନା ଏବଂ ୱାଟର କଲର କିଟ୍ ଥିବା ଏକ ପାର୍ସଲ ଆମେରିକାରୁ କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲା। ଯେତେବେଳେ ପାର୍ସଲ ସ୍କାନ କରାଯାଇଥିଲା, ଅଧିକାରୀମାନେ ୱାଟର କଲର କିଟ୍ ଭିତରେ ଲୁଚି ରହିଥିବା କିଛି ସନ୍ଦେହଜନକ ସାମଗ୍ରୀ ପାଇଥିଲେ। ଯେଉଁଥିରେ ପ୍ରାୟ 448 ଗ୍ରାମର ଗଞ୍ଜେଇ ରହିଥିଲା, ଯାହାର ଆନୁମାନିକ ମୂଲ୍ୟ 72 ଲକ୍ଷ ଟଙ୍କା ବୋଲି ଜଣା ପଡ଼ିଛି ।

ତେବେ ଏନେଇ ଏନଡିପିଏସ୍ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ଏବଂ ଏହି ଘଟଣାରେ ତଦନ୍ତ ଆରମ୍ଭ ହୋଇଛି ବୋଲି କଷ୍ଟମ ଅଧିକାରୀମାନେ ସୂଚନା ଦେଇଛନ୍ତି । ଏହାପୂର୍ବରୁ ଅକ୍ଟୋବର ମାସରେ ବେଙ୍ଗାଲୁରୁ ପୋଲିସ, ସୁବ୍ରମଣ୍ୟଗରସ୍ଥିତ ଏକ ଦୋକାନରେ 50 ଟଙ୍କାରେ ବିକ୍ରି ହେଉଥିବା ଗଞ୍ଜେଇ ଚକୋଲେଟ ଜବତ କରିଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.