ରାଞ୍ଚି: ଝାଡଖଣ୍ଡରେ ପୁଣି ଯବାନଙ୍କୁ ଟାର୍ଗେଟ କରିଛନ୍ତି ନକ୍ସଲ । ଷଢେଇକଳାର କୁଚାଇ ଅଞ୍ଚଳରେ ଆଜି ଭୋର ପ୍ରାୟ 4 ଟା 53 ସମୟରେ ଆଇଇଡି ବିସ୍ଫୋରଣ ଘଟିଛି । 209 କୋବରା ଏବଂ ଝାଡଖଣ୍ଡ ପୋଲିସର ସଂଯୁକ୍ତ ଦଳକୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଛି । ଏଥିରେ କୋବ୍ରାର 8 ଜଣ ଯବାନ ଏବଂ ଝାଡଖଣ୍ଡ ପୋଲିସର 3 ଜଣ ଯବାନ ଆହତ ହୋଇଛନ୍ତି ।
ଯବାନଙ୍କ ଏହି ସଂଯୁକ୍ତ ଦଳ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ବିସ୍ଫୋରଣ ଘଟିଛି । ଆହତ ସୁରକ୍ଷାକର୍ମୀଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରିବା ସହ ସେମାନଙ୍କୁ ସିଆରପିଏଫ କ୍ୟାମ୍ପକୁ ସ୍ଥାନାନ୍ତରଣ କରାଯାଇଛି । ସେପଟେ ଉଦ୍ଧାର କାର୍ଯ୍ୟ ପାଇଁ ରାଞ୍ଚିରୁ ଏକ ହେଲିକାପ୍ଟର ଘଟଣାସ୍ଥଳରେ ପହଞ୍ଚିଛି ।