ETV Bharat / bharat

ସୁଶାନ୍ତ ସିଂ ଆତ୍ମହତ୍ୟା ମାମଲା: ସିବିଆଇ ତଦନ୍ତ ଦାବି କଲେ ମନୋଜ ତିଓ୍ବାରୀ - Manoj Tiwari has demanded a CBI probe into the suicide of actor Sushant Singh

ଅଭିନେତା ଶୁସାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି କଲେ ପରିବାର ସହ ଭେଟି ଦିଲ୍ଲୀ ବିଜେପିର ପୂର୍ବତନ ରାଜ୍ୟ ସଭାପତି ମନୋଜ ତିଓ୍ବାରୀ । ଅଧିକ ପଢନ୍ତୁ...

ଅଭିନେତା ଶୁସାନ୍ତ ସିଂ ଆତ୍ମହତ୍ୟା ମାମଲା, ସିବିଆଇ ତଦନ୍ତ ଦାବି କଲେ ମନୋଜ ତିଓ୍ବାରୀ

author img

By

Published : Jun 29, 2020, 7:42 PM IST

ନୂଆଦିଲ୍ଲୀ: ମୁମ୍ବାଇର ବାନ୍ଦ୍ରା ଘରେ ଆତ୍ମହତ୍ୟା କରିଥିବା ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି ହୋଇଆସୁଛି । ବର୍ତ୍ତମାନ ଏହି ପର୍ଯ୍ୟାୟରେ ଆଉ ଏକ ନାମ ଯୋଡି ହୋଇଛି । ସେ ହେଉଛନ୍ତି ଦିଲ୍ଲୀ ବିଜେପିର ପୂର୍ବତନ ରାଜ୍ୟ ସଭାପତି ତଥା ଭୋଜପୁରୀ ସମେତ ବଲିଉଡ ଅଭିନେତା ମନୋଜ ତିୱାରୀ । ମନୋଜ ମଧ୍ୟ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି।

ସେ କହିଛନ୍ତି ଯେ, 'ସେ ଯେତେବେଳେ ସୁଶାନ୍ତଙ୍କ ପରିବାରକୁ ଭେଟିବାକୁ ତାଙ୍କ ଘରକୁ ଯାଇଥିଲେ, ସେତେବେଳେ ତାଙ୍କ ପିତା ଏବଂ ତାଙ୍କ ପରିବାର ମଧ୍ୟ ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ପ୍ରଶ୍ନ ଉଠାଇଥିଲେ ଏବଂ ସେମାନେ ଏହି ମାମଲାରେ ସିବିଆଇ ତଦନ୍ତ ଚାହୁଁଥିବା କହିଥିଲେ' । ମନୋଜଙ୍କ ଅନୁଯାୟୀ, 'ସୁଶାନ୍ତ ତାଙ୍କ ପରିବାର ସଦସ୍ୟଙ୍କ ସହ ଅନେକ କଥା ସେୟାର କରିଥିଲେ ଏବଂ ସେହି ବିଷୟରେ ଉଲ୍ଲେଖ କରି ପରିବାର ସିବିଆଇ ତଦନ୍ତ ଦାବି କରିଛନ୍ତି ଏବଂ ମନୋଜ ତିୱାରୀ ମଧ୍ୟ ପରିବାର ଦାବିକୁ ସମର୍ଥନ କରିଛନ୍ତି' ।

ସେ କହିଛନ୍ତି ଯେ, ବଲିଉଡରେ କେବଳ ପରିବାରବାଦ ନୁହେଁ ବରଂ ଏଠାରେ ବିଭିନ୍ନ ଗ୍ୟାଙ୍ଗ ଚାଲିଛି। ଯେଉଁ କାରଣରୁ ଲୋକମାନେ ବଲିଉଡ ସହିତ ଜଡିତ ଏକ ନିର୍ଦ୍ଦିଷ୍ଟ ପରିବାରରୁ ଆସନ୍ତି ନାହିଁ, ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ତିୱାରୀ କହିଛନ୍ତି ଯେ, ଏହି ଗ୍ୟାଙ୍ଗ ସେହି ଲୋକ ଚଳାଉଛନ୍ତି, ଯେଉଁମାନେ ବଲିଉଡ ଇଣ୍ଡଷ୍ଟ୍ରିରେ ନିଜକୁ ପ୍ରତିଷ୍ଠିତ କରିସାରିଛନ୍ତି କିନ୍ତୁ ନବାଗତଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଛନ୍ତି।

ସେ ନିଜେ ଏହି ଇଣ୍ଡଷ୍ଟ୍ରୀକୁ ଭଲଭାବେ ଜାଣିଛନ୍ତି କାରଣ ସେ ମଧ୍ୟ ଏହା ସହ ଜଡିତ ହୋଇସାରିଛନ୍ତି। ସେ ତାଙ୍କ ଅଭିଜ୍ଞତା ବାଣ୍ଟି କହିଛନ୍ତି ଯେ ସେ ମଧ୍ୟ ଏହି ଉପାୟରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତେଣୁ ସେହି ସମସ୍ତ ଲୋକଙ୍କ ପାଇଁ ଯେଉଁମାନେ ବଲିଉଡର ଅଂଶ ନୁହଁନ୍ତି ଏବଂ ବଲିଉଡକୁ ଆସିବାକୁ ଚାହାଁନ୍ତି, ଏହି ସମସ୍ୟା ଗୁଡିକ ଏକ ସାଧାରଣ କଥା ହୋଇଗଲାଣି । ଏହି ପରିବାରବାଦ ଏବଂ ଗ୍ୟାଙ୍ଗକୁ ସମାପ୍ତ କରିବା ପାଇଁ ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ସିବିଆଇ ତଦନ୍ତ କରିବା ଆବଶ୍ୟକ, ଯାହା ଦ୍ବାରା ଏହା ଜଣାପଡିବ ଯେ, ଜଣେ ଅଭିନେତା ଯିଏ ପାଠପଢାରେ ମଧ୍ୟ ବହୁତ ଭଲ ଥିଲେ ଏବଂ ମାନସିକ ସ୍ତରରେ ଦୃଢ ଥିଲେ। ସେ ଏପରି ପଦକ୍ଷେପ କାହିଁକି ନେଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.