ETV Bharat / bharat

ମନୋଜ ତିୱାରୀଙ୍କ ଅଭିଯୋଗ, କୋରୋନା ମୃତ୍ୟୁ ସଂଖ୍ୟା ଲୁଚାଉଛି କେଜ୍ରିୱାଲ ସରକାର - manoj tiwari blamed delhi govt.

ଦିଲ୍ଲୀ ବିଜେପିର କେଜ୍ରିୱାଲ ସରକାରଙ୍କ ଉପରେ ଆରୋପ । କୋରୋନା ମୃତ୍ୟୁ ସଂଖ୍ୟା ଲୁଚାଇ ରଖିଥିବା ଅଭିଯୋଗ କରିଛି ରାଜ୍ୟ ବିଜେପି। ରାଜ୍ୟ ବିଜେପି ସଭାପତି ମନୋଜ ତିୱାରୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି।

Breaking News
author img

By

Published : May 9, 2020, 2:54 PM IST

ନୂଆଦିଲ୍ଲୀ: କେଜ୍ରିୱାଲ ସରକାରଙ୍କ ଉପରେ ଆରୋପ । କୋରୋନା ମୃତ୍ୟୁ ସଂଖ୍ୟା ଲୁଚାଇ ରଖିଥିବା ଅଭିଯୋଗ କରିଛି ରାଜ୍ୟ ବିଜେପି। ରାଜ୍ୟ ବିଜେପି ସଭାପତି ମନୋଜ ତିୱାରୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ସେ କହିଛନ୍ତି ଯେ ଦିଲ୍ଲୀର ଲୋକଙ୍କର ସତ୍ୟ ଜାଣିବାର ଅଧିକାର ଅଛି, କାରଣ ଏହି ସମୟ ରାଜନୀତିର ନୁହେଁ ବରଂ ସୁରକ୍ଷାର ସମୟ । ଦୈନିକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଦିଲ୍ଲୀର ଲୋକଙ୍କ ସାମ୍ନାରେ କୋରୋନା ମୃତ୍ୟୁର ମିଥ୍ୟା ତଥ୍ୟ ରଖିଛନ୍ତି, ଯାହାକୁ ନିନ୍ଦା କରାଯାଇଛି।

ମନୋଜ ତିୱାରୀ କହିଛନ୍ତି ଯେ କୋରୋନା ସଂକ୍ରମଣ ମାମଲାରେ ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି କିନ୍ତୁ ଲୋକଙ୍କ ଜୀବନର ମୂଲ୍ୟ ରଖିବା ବଦଳରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଖୋଲିବାର ସମୟ ଆସିଛି ବୋଲି କହୁଛନ୍ତି। ଏହାସହ ଲୋକମାନେ କୋରୋନା ମହାମାରୀ ସହିତ ବଞ୍ଚିବାରେ ଅଭ୍ୟସ୍ତ ହେବାକୁ କହୁଛନ୍ତି ।

ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ସରକାର ମଧ୍ୟ ଦୈନିକ ପରୀକ୍ଷଣର ତଥ୍ୟ ଦେବା ବନ୍ଦ କରି ଦେଇଛନ୍ତି। ସରକାର ମଧ୍ୟ ବିଭିନ୍ନ ଡାକ୍ତରଖାନାରେ ମୃତ୍ୟୁର ପରିସଂଖ୍ୟାନ ଦେବା ବନ୍ଦ କରି ଦେଇଛନ୍ତି, ଯାହା ସମ୍ପୂର୍ଣ୍ଣ ଭୁଲ ଅଟେ। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଦିଲ୍ଲୀର ଲୋକଙ୍କୁ କୋରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ କେଜ୍ରିୱାଲ ସରକାର ଠିକ୍ ସମୟରେ ପରୀକ୍ଷା ଏବଂ ଉପଯୁକ୍ତ ଚିକିତ୍ସା କରିବାରେ ବିଫଳ ହୋଇଛନ୍ତି ବୋଲି ରାଜ୍ୟ ବିଜେପି ସଭାପତି ଅଭିଯୋଗ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.