ଚଣ୍ଡିଗଡ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଭରିଲେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର । କରନାଲ ବିଧାନସଭା ଆସନ ପାଇଁ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ସମୟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ସମେତ ବିଜେପିର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ ।
ତେବେ ଖଟ୍ଟର ନାମାଙ୍କନ ଭରିବା ପୂର୍ବରୁ ଏକ ଜନସଭାର ଆୟୋଜନ କରାଯାଇଥିଲା । ଖଟ୍ଟର ପ୍ରଥମେ ରେଲୱେ ରୋଡ ଅଗ୍ରୱାଲ ଧର୍ମଶାଳାରେ ହୋମ ଯଜ୍ଞ କରିଥିଲେ । ଏହାପରେ ସେକ୍ଟର-12 ରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିଥିଲେ । ଏହି ଜନସଭାରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ମଧ୍ୟ ସେଠାରେ ଉପସ୍ଥିତ ରହି ଜନସଭାକୁ ସମ୍ବୋଧିତ କରିଥିଲେ ।