ନୂଆଦିଲ୍ଲୀ: ସୁଧୁରୁଛି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସ୍ବାସ୍ଥ୍ୟବସ୍ଥା । ଦିଲ୍ଲୀର ଏକ ଘରୋଇ ହସପିଟାଲରେ ତାଙ୍କୁ ପ୍ଲାଜମା ଥେରାପି ଚିକିତ୍ସା କରାଯାଇଛି । ସେ କୋରୋନା ଓ ଡେଙ୍ଗୁରେ ସଂକ୍ରମିତ ହୋଇଥିଲେ। ଆଇସିୟୁରୁ ତାଙ୍କୁ ସାଧାରଣ ଓ୍ବାର୍ଡକୁ ଆଣାଯିବାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି । ଡେଙ୍ଗୁ ରୋଗରେ ଆକ୍ରାନ୍ତ ହେବା ପରେ ଗୁରୁବାର ସନ୍ଧ୍ୟାରେ ସେ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେପ୍ଟେମ୍ବର 14ରେ ସେ କୋରୋନା ସଂକ୍ରମିତ ଥିବା ଜଣାପଡିଥିଲା ।
ଜ୍ବର ଓ ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ହେବାରୁ ତାଙ୍କୁ ବୁଧବାର ଏଲଏନଜେପି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପ୍ଲାଟଲେଟ ସ୍ତର ହ୍ରାସ ପାଉଥିବାରୁ ଗୁରୁବାର ସଂଧ୍ୟାରେ ଦିଲ୍ଲୀ ଏଲଏନଜେପି ହସପିଟାଲରୁ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହାପୂର୍ବରୁ, ସିସୋଦିଆଙ୍କୁ ଅମ୍ଳଜାନ ସହାୟତାରେ ରଖାଯାଇଥିଲା । ଏହାସହ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ତିକ୍ଷଣ୍ ନଜର ରଖାଯାଇଥିଲା । ମନୀଷ ସିସୋଦିଆ ହେଉଛନ୍ତି ଦିଲ୍ଲୀ କ୍ୟାବିନେଟର ଦ୍ବିତୀୟ ମନ୍ତ୍ରୀ ଯେ କି କୋରୋନାରେ ସଂକ୍ରମିତ ହୋଇଛନ୍ତି ।