ନୂଆଦିଲ୍ଲୀ: ସୁଧୁରିବାରେ ଲାଗିଛି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସ୍ବାସ୍ଥ୍ୟବସ୍ଥା । ସେ କୋରୋନା ଓ ଡେଙ୍ଗୁରେ ସଂକ୍ରମିତ ହୋଇଥିଲେ। ଫଳରେ ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ହେଲେ ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ପରିବର୍ତ୍ତନ ଆସୁଥିବା ସୂଚନା ମିଳିଛି । ଅମ୍ଲଜାନ ସ୍ତର କମ ଥିବା ସହ ପ୍ଲାଟଲେଟ ସ୍ତର ହ୍ରାସ ପାଉଥିବାରୁ ଗୁରୁବାର ସଂଧ୍ୟାରେ ଦିଲ୍ଲୀ ଏଲଏନଜେପି ହସପିଟାଲରୁ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।
ତାଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ସଙ୍କଟାପନ୍ନ ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । 14 ସେପ୍ଟେମ୍ବରରେ ସିସୋଦିଆ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଏହା ପରେ ସେ ହୋମ ଆଇସୋଲେସନରେ ରହିଥିଲେ । ତେବେ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଏଲଏନଜିପି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।